ସମ୍ବଲପୁର,୨୭/୦୯(ଉତ୍କଳ ସମାଚାର),(ସରୋଜ ସାହୁ): ଅବିଭକ୍ତ ସମ୍ବଲପୁର ଜିଲ୍ଲା ଚଉରାସୀ ଆଗ୍ରା (ଅଗ୍ରିଆ) ସମାଜ, କୁଚିଣ୍ଡା ପକ୍ଷରୁ ଆସନ୍ତା ନଭେମ୍ବର ୧ ତାରିଖରେ ହେବାକୁ ଥିବା ଧର୍ମାତ୍ମା ବିଦୁର ମନ୍ଦିର ପ୍ରତିଷ୍ଠା ଉତ୍ସବ ନିମନ୍ତେ ଘୋଷା ଜାମମାଲଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।କେନ୍ଦ୍ର କମିଟି ସଭାପତି ଶରତ ଚନ୍ଦ୍ର ଗୌନ୍ତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମାଜର ବିକାଶ ଓ ଉତ୍ସବର ସଫଳ ଆୟୋଜନ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ସମ୍ପାଦକ କୁଳମଣି ପଟେଲ, ସହସମ୍ପାଦକ ବସନ୍ତ କୁମାର ପଟେଲ ଓ ସଭାନେତ୍ରୀ ଆରତୀ ନାଏକ ଉତ୍ସବର ବିଭିନ୍ନ ଦିଗ ଉପରେ ମତ ରଖିଥିଲେ। ଧର୍ମାତ୍ମା ବିଦୁରଙ୍କ ଆଦର୍ଶ ଓ ନୀତିକୁ ଜନମାନସରେ ପହଞ୍ଚାଇବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ପୂଜାପାଠ, ଅତିଥି ଆପ୍ୟାୟନ, ପ୍ରଚାରପ୍ରସାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଆଗାମୀ ଦିନରେ ବିଭିନ୍ନ ଉପକମିଟି ଗଠନ କରି ଦାୟିତ୍ୱ ବଣ୍ଟନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ବୈଠକରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ୩୬ଟି ଗୁଡ଼ିର ମୁଖ୍ୟ କାର୍ଯ୍ୟକର୍ତ୍ତା ଯୋଗଦେଇ ମତାମତ ରଖିଥିଲେ। ଚିନ୍ତାମଣି ପଟେଲ, ହରେଶ ପଟେଲ, ଆଲୋକ ପଟେଲ, ଅଚ୍ୟୁତାନନ୍ଦ ପଟେଲ, କୃପାନନ୍ଦ ପଟେଲ ଓ ସୁଜାତା ନାଏକ ପ୍ରମୁଖ ବୈଠକ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ସହସଭାପତିଙ୍କ ୭୫ତମ ଜନ୍ମଦିନ ମଧ୍ୟ ଉତ୍ସାହର ସହ ପାଳନ କରାଯାଇଥିଲା

