ରାଉରକେଲା ୨୭/୯,(ଉତ୍କଳ କାମାଚାର) “ସ୍ବଚ୍ଛତା ହିଁ ସେବା – ୨୦୨୬”, ସମୂହ ସଫେଇ ଅଭିଯାନରେ ଆଜି ରାଉରକେଲା ମହାନଗର ନିଗମ ପକ୍ଷରୁ ତରକେରା ଧବଳେଶ୍ୱର ଶିବ ମନ୍ଦିରରେ ସମୂହ ସଫେଇ ଅଭିଯାନ ଆରମ୍ଭ କରାଯାଇ, ମନ୍ଦିର ପରିସର ଏବଂ ଏହାର ଆଖପାଖ ଅଞ୍ଚଳକୁ ପରିସ୍କାର ପରିଛନ୍ନତା କରାଯାଇଥିଲା। ସ୍ବଚ୍ଛ ରାଉରକେଲା – ଆମ ପରିଚୟ, ସ୍ଵଚ୍ଛ ଭାରତ ବିକଶିତ ଭାରତ ସ୍ଲୋଗାନକୁ ନେଇ ଏହି ସମୂହ ସଫେଇ ଅଭିଯାନରେ ସ୍ବଚ୍ଛତାରେ ସହଭାଗିତା କ୍ଷେତ୍ରରେ ସହଯୋଗ କରିଥିଲେ ତରକେରା ଧବଳେଶ୍ୱର ଶିବ ମନ୍ଦିର କମିଟି। ରାଉରକେଲା ମହାନଗର ନିଗମ ପକ୍ଷରୁ ସମୂହ ସଫେଇ ଅଭିଯାନରେ ସଫେଇ କାର୍ଯ୍ୟ କରାଯାଇଥିବା ବେଳେ ଏଥିରେ ଯୋଗଦେଇଥିଲେ ରାଉରକେଲା ମହାନଗର ନିଗମର ଉପ-ପୌରାୟୁକ୍ତ ଅନିତା ନାୟକ, ରଘୁନାଥପାଲ୍ଲୀର ପୂର୍ବତନ ବିଧାୟକ ତଥା ତରକେରା ଧବଳେଶ୍ୱର ଶିବ ମନ୍ଦିର କମିଟିର ସଭାପତି ରବି ଦେହୁରୀ, ତରକେରା ଧବଳେଶ୍ୱର ଶିବ ମନ୍ଦିରର ମୁଖ୍ୟ ପୂଜକ ବିରଞ୍ଚି ଦେହୁରୀ, ଅନିରୁଦ୍ଧ ସ୍ବାଇଁ, ଅନୀଲ ସାହୁ, ଆରଏମସି ସଫେଇ ଇନିସପେକ୍ଟର ଏ. କେ. ଆଚାର୍ଯ୍ୟ, ଆରଏମସି ସଫେଇ ସୁପରଭାଇଜର ପ୍ରମୋଦ କୁମାର ସ୍ବାଇଁ, ସଫେଇ କର୍ମୀ ଚନ୍ଦନ ରାଜ, ବୁଲୁ ମୁଖି, ଚିତ୍ରାଲକ୍ଷ୍ମୀ ସ୍ବାଇଁ, ଧରିତ୍ରୀ ଦକ୍ଷିଣରାୟ, ବିଷ୍ଣୁପ୍ରିୟା ଦକ୍ଷିଣରାୟ ପ୍ରମୁଖ।

