ସମ୍ବଲପୁର,୩୦/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ରେଙ୍ଗାଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସଭାଗୃହରେ ଡାକ୍ତର ଅଲିଭ ପଟ୍ଟନାୟକଙ୍କ ସଭାପତିତ୍ୱରେ ବିଶ୍ୱ ହୃଦୟ ଦିବସ ପାଳିତ ହୋଇଛି। ସମ୍ବଲପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଅନ୍ତର୍ଯ୍ୟାମୀ ପାଣି, ଡାକ୍ତର ସଜ୍ଜନ ଯାଦବ ଓ ଫାର୍ମାସିଷ୍ଟ ସୁରେନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବକ୍ତାମାନେ ହୃଦୟ ସୁସ୍ଥ ରଖିବା ପାଇଁ ନିୟମିତ ଚାଲିବା, ପର୍ଯ୍ୟାପ୍ତ ନିଦ, ସକାରାତ୍ମକ ଚିନ୍ତାଧାରା ଓ ସୁସ୍ଥ ଜୀବନଶୈଳୀ ଉପରେ ଗୁରୁତ୍ୱ ଦେଇଥିଲେ।କାର୍ଯ୍ୟକ୍ରମରେ ସମାଜସେବୀ ଶଶୀଭୂଷଣ ସାହୁ, ଗାନ୍ଧୀ, ଶାଳଗ୍ରାମ ସାହୁ, ଦୁର୍ଗା ବାଗ, ବିରଞ୍ଚି ବିଶ୍ୱାଳ, ବିନୋଦ ନନ୍ଦ, ସୁବନ ଚାନ୍ଦ ସାହୁ, ବ୍ଲକ ସାମାଜିକ ଅଧିକାରୀ ସଞ୍ଜୟ ବେହେରା ଓ ବିଶ୍ୱ କେଶନ ବିଶ୍ୱାଳ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଶେଷରେ ଫାର୍ମାସିଷ୍ଟ ପ୍ରୀତମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

