ସମ୍ବଲପୁର,୩୦/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ସମ୍ବଲପୁରର କାରଖାନା ଓ ବଏଲର୍ ବିଭାଗର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଆଜି ତାଙ୍କୁ ସମ୍ବଲପୁରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଅଦାଲତରେ ହାଜର କରାଯିବ ବୋଲି ଭିଜିଲାନ୍ସ ସୂଚନା ଦେଇଛି।ଭିଜିଲାନ୍ସ ପକ୍ଷରୁ ତାଙ୍କ ସମ୍ପତ୍ତି ଉପରେ କରାଯାଇଥିବା ଚଢ଼ଉରେ ୪ଟି ବହୁତଳ କୋଠା, ଗୋଟିଏ ୩ ବେଡ୍ରୁମ୍ ଫ୍ଲାଟ୍, ୩୦ଟି ମୂଲ୍ୟବାନ ଜମି, ପ୍ରାୟ ୩୦୦ ଗ୍ରାମ ସୁନା, ୩୬.୭୮ ଲକ୍ଷ ଟଙ୍କାର ଜମା ଏବଂ ଗୋଟିଏ ଚାରିଚକିଆ ଗାଡ଼ି ଠାବ ହୋଇଥିବା କୁହାଯାଇଛି। କୋଠାଗୁଡ଼ିକ ମଧ୍ୟରୁ ୨ଟି ଭୁବନେଶ୍ୱର ଓ ଗୋଟିଏ ପୁରୀରେ ଥିବା ଭିଜିଲାନ୍ସ ଉଲ୍ଲେଖ କରିଛି। ଏହି ସମ୍ପତ୍ତି ସମ୍ପର୍କରେ ସେ ସନ୍ତୋଷଜନକ ସ୍ପଷ୍ଟୀକରଣ ଦେଇପାରି ନଥିବା ଭିଜିଲାନ୍ସର ଅଭିଯୋଗ।ଏନେଇ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ସମ୍ବଲପୁର ଭିଜିଲାନ୍ସ ଥାନାରେ ମାମଲା ନଂ ୧୮/୨୦୨୬ ରୁଜୁ ହୋଇଛି। ତଦନ୍ତ ଜାରି ରହିଛି।

