ପାପଡାହାଣ୍ଡି:30/09/26:(ଉତ୍କଳ ସମାଚାର)ରିଖରେ ପାପଡାହାଣ୍ଡି ବ୍ଲକ ପରିସରରେ ଭୀମଭୋଇ ଭିର୍ନ କ୍ଷମ ସାମର୍ଥ ଶିବିର ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ପାପଡାହାଣ୍ଡି ବ୍ଲକ ଉପାଧ୍ୟକ୍ଷଶ୍ରୀ ସୁଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ଗୋଷ୍ଠୀ ଉର୍ନୟନଅଧିକାରୀ ଶ୍ରୀ କପିଲଦେବ ସାହୁ ସଭାପତି ତ୍ୱ ରେସଭା ଅନୁଷ୍ଠିତ ହୋଇଥିଲା ମୋକିଆ ସରପଞ୍ଚ ଶ୍ରୀ ଜଗତ ଜୀବନ ନାୟକ, ମୈଦଳପୁର ସରପଞ୍ଚ ଶ୍ରୀମତୀ ବନିତା ପଟ୍ଟନାୟକ, କଣ୍ଟାମାଳ ସମିତିସଭ୍ୟ ଶ୍ରୀ ସୁମିତ ଗୌଡ଼,ବି ଏସ ଏସ ଓ ଶ୍ରୀ ସୁବ୍ରତ କିସାନ, ବି ପି ଏମ ଶ୍ରୀ ସୁଧାଂଶୁ ବିଶ୍ୱାଳ, ବ୍ବି ଏଲ ସି ସନ୍ଧ୍ୟାରାଣୀ ବିଷୋୟୀ, ଶ୍ରୀ ଇଶ୍ୱର ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ଦୀପ ପ୍ରଜ୍ଵଳନ କରି, ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ବକ୍ତା ମାନେ କହିଥିଲେ ସନ୍ଧ୍ୟା 5ଟା ପଯ୍ୟନ୍ତ ଶିବିର ଚାଲିବ ଓ ଯେଉଁ ମାନେ ରେଜିଷ୍ଟ୍ରସନ କରି ଶିବିର କୁ ପହଂଚି ବାକୁ ଅସମର୍ଥ ସେମାନଙ୍କ ଘରକୁ ମେଡିକାଲ ଡ଼କ୍ଟର ପଠେଇ ବାର ଵେବସ୍ତା କରିବୁବୋଲି ଗୋଷ୍ଠୀ ଉର୍ନୟନ ଅଧିକାରୀ କହିଥିଲେ ମଞ୍ଚ ପରିଚାଳନା କରିଥିଲେ ବିପିଏମ ଶ୍ରୀ ସୁଧାଂଶୁ ବିଶ୍ୱାଳ l ଏହି ଶିବିର 270ଜଣ ଭିନ୍ନକ୍ଷମ ହିତାଧିକାରୀ ନାମ ପଞ୍ଜିକରଣ କରିଥିଲେ l 176ଜଣ ହିତାଧିକାରୀ ଙ୍କୁ ପ୍ରମାଣ ପାତ୍ର ବଣ୍ଟନ କରାଯାଇଛି l ଯେଉଁ ହିତାଧିକାରୀ ମାନଙ୍କୁ କୃତିମ ଅଙ୍ଗ ଆବଶ୍ୟକ ରହିଛି ସେମାନଙ୍କୁ ଆଉ ଏକ ଶିବିର ରେ ଚଷମା, ଆଶାବାଡି,ହୁଇଲ ଚେୟାର ଓ କୃତିମ ଅଙ୍ଗ ପ୍ରଦାନ କରାଯିବ l ପ୍ରାୟ 500ଲୋକଙ୍କୁ ଖାଇବା ଵେବସ୍ତା କରାଯାଇଥିଲା ଏହି ଶିବିର ପୁରା ଦାୟିତ୍ୱ ବି ଏସ ଏସ ଓ ଶ୍ରୀ ଶ୍ରୁବତ କିସାନ ପରିଚାଳନା କରିଥିଲେ

