କେନ୍ଦୁଝର:30//9,(ଉତ୍କଳ ସମାଚାର) ଦେଶ ତଥା ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଏବଂ ଗଣତନ୍ତ୍ରର ସୁରକ୍ଷା ଦେବା ପାଇଁ କେନ୍ଦୁଝର ଜ଼ିଲ୍ଲା ଯୁବ କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ କଂଗ୍ରେସ ଭବନ ଠାରେ ଜ଼ିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଏମଏମଡିଆର ଆକ୍ଟ ବିଲ ବାତିଲ କରାଯାଉ, ଭୋଟର ଲିଷ୍ଟରେ ଅନିୟମିତତା ଓ ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ ଶିକ୍ଷା କ୍ଷେତ୍ରରେ ବହି ମୁଦ୍ରଣରେ ତ୍ରୁଟି ଏବଂ ଅବ୍ୟବସ୍ଥାକୁ ନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବୀ କରାଯାଇଛି l ଆଗାମୀ ଦିନରେ ବିକ୍ଷୋଭ ଓ ପ୍ରତିବାଦ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି l ଏଥିରେ ଜ଼ିଲ୍ଲା କଂଗ୍ରେସ କମିଟି ସଭାପତି ମନୋଜ କୁମାର ଜେନା, ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପୂର୍ବତନ ସାଂସଦ ପ୍ରାର୍ଥୀ ବିନୋଦ ବିହାରୀ ନାଏକ, ଜ଼ିଲ୍ଲା ଯୁବ କଂଗ୍ରେସ ଉପସଭାପତି ଜଗବୀର ଦିଶା, କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ସୌମ୍ୟରଞ୍ଜନ ରାଉତ ପ୍ରମୁଖ ମଂଚାସୀନ ଥିଲେ ଏବଂ ଯୁବ କଂଗ୍ରେସ ନେତା ଐତିହ ଦିବ୍ୟ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ପୂର୍ବତନ ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ଚମ୍ପୁଆ ବିଧାନସଭା ଯୁବ କଂଗ୍ରେସ ସଭାପତି ଗୁରୁପ୍ରିୟା ଜଗନ ସାହୁ, ଘସିପୁରା ବିଧାନସଭା ଯୁବ କଂଗ୍ରେସ ସଭାପତି ଦୀପକ କୁମାର ମାଝୀ, ପାଟଣା ବିଧାନସଭା ଯୁବ କଂଗ୍ରେସ ସଭାପତି ପରମେଶ୍ୱର ନାଏକ, ତେଲକୋଇ ବିଧାନସଭା ଯୁବ କଂଗ୍ରେସ ସଭାପତି ଗୌରହରି ପାତ୍ର, ଯୁବ କଂଗ୍ରେସ କର୍ମକର୍ତା ସନତ ପାଢ଼ୀ, ବ୍ୟାସଦେବ ବେହେରା, ସଂଗ୍ରାମ ବେହେରା, ପ୍ରଭାତ ସାହୁ, ଦୀପକ ମୁଖୀ, ମାନସ ବେହେରା, ବାବୁନ ରାଉତ, ସୌମ୍ୟସଚିନ ମିଶ୍ର ଓ ଅମିତ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ l
