ରାଉରକେଲା:1//10,(ଉତ୍କଳ ସମାଚାର)ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟରେ CCQC-2026 ଭାଲେଡିକ୍ଟର୍ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦୁଇଦିନିଆ ଏହି ସମ୍ମିଳନୀରେ ଓଡ଼ିଶା ଓ ଝାଡ଼ଖଣ୍ଡର ୨୬ଟି ସଂଗଠନରୁ ୧୭୦ଟି ଦଳ ଅଂଶଗ୍ରହଣ କରିଥିଲେ। ଏଥିରେ ଅଂଶଗ୍ରହଣକାରୀମାନେ ଗୁଣବତ୍ତା ବୃଦ୍ଧି, ନବସୃଜନ, ସମସ୍ୟାର ବ୍ୟବସ୍ଥିତ ସମାଧାନ ଓ କାର୍ଯ୍ୟପ୍ରଣାଳୀର ନିରନ୍ଧର ଉନ୍ନତି ସମ୍ପର୍କିତ ବିଭିନ୍ନ ପ୍ରକଳ୍ପ ଓ ଉଦ୍ୟମ ପ୍ରଦର୍ଶନ କରିଥିଲେ । ଅଧିକାରିକ ଅଂଶଗ୍ରହଣ ରିପୋର୍ଟ ଅନୁସାରେ, ତାଲିକାଭୁକ୍ତ ସଂଗଠନଗୁଡ଼ିକରୁ ମୋଟ ୧,୦୧୩ ଜଣ ଅଂଶଗ୍ରହଣ କରିଥିଲେ। ସେପ୍ଟେମ୍ବର ୨୬ ତାରିଖ ଦିନ ଅନୁଷ୍ଠିତ ଉଦ୍ଘାଟନୀ ସମାରୋହରେ ବିପିୟୁଟିର କୁଳପତି ପ୍ରଫେସର ଅମିୟ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଏସ୍ଏଲ୍ଏମ୍ ଟେକ୍ନୋଲୋଜି, କଳୁଙ୍ଗାର ନିର୍ଦ୍ଦେଶକ ପୀୟୂଷ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ସେଲ୍ ଅଧିନସ୍ଥ ରାଉରକେଲା ଇସ୍ପାତ କାରଖାନାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ୱାର୍କ) ତଥା କ୍ୟୁସିଏଫ୍ଆଇ ରାଉରକେଲା ଶାଖାର ଅଧ୍ୟକ୍ଷ ବିଶ୍ବରଞ୍ଜନ ପାଲାଇ ମଧ୍ଯ ଅଭିଭାଷଣ ପ୍ରଦାନ କରିଥିଲେ । ସେପ୍ଟେମ୍ବର ୨୭ ତାରିଖ ଅନୁଷ୍ଠିତ ସମାପନୀ ସମାରୋହରେ ବିଶ୍ବରଞ୍ଜନ ପାଲାଇ ମୁଖ୍ୟ ଅତିଥ୍ ଏବଂ ଜେଏସଡବ୍ଲ୍ୟୁ-ଜେଏଫ୍ଇ ଷ୍ଟିଲ୍ ଲିମିଟେଡ୍, ସମ୍ବଲପୁରର ଜୋନାଲ୍ ହେଡ୍ ତଥା ଉପସଭାପତି (ଲଜିଷ୍ଠିକ/ପିପିସି/ସିଏଡି) ଏସ୍. ଆର୍. ଶ୍ରୀନିବାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଭେଦାନ୍ତ ଆଲୁମିନିୟମ୍ ମେଟାଲ୍ ଲିମିଟେଡ୍, ଝାରସୁଗୁଡ଼ାର ମୁଖ୍ୟ ଗୁଣବତ୍ତା ଅଧିକାରୀ ତଥା କ୍ୟୁସିଏଫ୍ଇ ରାଉରକେଲା ଶାଖାର ଉପାଧ୍ୟକ୍ଷ ନୀରଜ ଗୁପ୍ତା ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ କ୍ୟୁସିଏଫ୍ଆଇ ରାଉରକେଲା ଶାଖାର ପରାମର୍ଶଦାତା ଓ. ପି. ଅଗ୍ରୱାଲ ମଧ୍ଯ ନିଜର ଅଭିଭାଷଣ ରଖିଥିଲେ। ସିସିକ୍ୟୁସି-୨୦୨୬ରେ ଗୁଣବତ୍ତା ଚକ୍ର, କାଇଜେନ୍, ଲିନ୍ କ୍ୟୁସି, ଫାଇଭ୍-ଏସ୍, ଲିନ୍ ସିଗ୍ନା, ଲିନ୍ ସେସ୍ଟି ସର୍କଲ୍ ଏବଂ ଟୋଟାଲ୍ ପ୍ରଡକ୍ଟିଭ୍ ମେଣ୍ଟେନାନ୍ସ ଭଳି ବିଭିନ୍ନ ବର୍ଗରେ ଏକ ପ୍ରତିଯୋଗିତା ଓ ପ୍ରକଳ୍ପ ପ୍ରଦର୍ଶନ ହୋଇଥିଲା। ଏହା ସହିତ ମଡେଲ୍ ପ୍ରତିଯୋଗିତା, ସ୍ମିଟ୍ ପ୍ରତିଯୋଗିତା, ଜ୍ଞାନ ପରୀକ୍ଷା ଏବଂ ପ୍ରବନ୍ଧ, ସ୍ଲୋଗାନ୍ ଓ କବିତା ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। ଅଂଶଗ୍ରହଣକାରୀ ଦଳଗୁଡ଼ିକ ଉତ୍ପାଦନ ବୃଦ୍ଧି, ନିରାପତ୍ତା, ପ୍ରକ୍ରିୟାର ଉନ୍ନତି, ସ୍ଥାୟୀ ବିକାଶ, ପ୍ରଯୁକ୍ତିର ବ୍ୟବହାର ଏବଂ କାର୍ଯ୍ୟକ୍ଷେତ୍ରର ଦକ୍ଷତା ବୃଦ୍ଧି ଭଳି ବିଭିନ୍ନ କ୍ଷେତ୍ରରେ ନିଜ ନିଜର ସମାଧାନ ଓ ଉନ୍ନତିମୂଳକ ପ୍ରୟାସ ପ୍ରଦର୍ଶନ କରିଥିଲେ । ରାଉରକେଲା ପର୍ଯ୍ୟାୟରେ ମୋଟ ୧୭୦ଟି ଦଳ ଅଂଶଗ୍ରହଣ କରିଥିବା ବେଳେ କ୍ୟୁସିଏଫ୍ଆଇ ରିପୋର୍ଟ ଅନୁସାରେ ୧୫୬ଟି ଦଳ ସ୍ବର୍ଣ୍ଣ ପୁରସ୍କାର ଏବଂ ୧୪ଟି ଦଳ ରୌପ୍ୟ ପୁରସ୍କାର ହାସଲ କରିଥିଲେ। ସର୍ବାଧିକ ଅଂଶଗ୍ରହଣ ପୁରସ୍କାରରେ ରାଉରକେଲା ଇସ୍ପାତ କାରଖାନାକୁ ୨୫ଟି ସର୍କଲ୍ ପାଇଁ କ୍ୟୁସି ପ୍ଲାଟିନମ୍, ଟାଟା ଷ୍ଟିଲ୍ ଲିମିଟେଡ୍, ଜାମସେଦପୁରକୁ ୧୨ଟି ସର୍କଲ୍ ପାଇଁ କ୍ୟୁସି ଗୋଲ୍ଡ, ଜେଏସ୍ତବ୍ଲ୍ୟୁ-ଜେଏଫ୍ ଇ ସ୍କୁଲ୍ ଲିମିଟେଡ୍, ସମ୍ବଲପୁରକୁ ୪୨ଟି ସର୍କଲ୍ ପାଇଁ ଆଲାଏଡ୍ ପ୍ଲାଟିନମ୍ ଏବଂ ଭେଦାନ୍ତ ଆଲୁମିନିୟମ୍ ମେଟାଲ୍ ଲିମିଟେଡ୍, ଝାରସୁଗୁଡ଼ାକୁ ୪୦ଟି ସର୍କଲ୍ ପାଇଁ ଆଲାଏଡ୍ ଗୋଲ୍ଡ ପୁରସ୍କାର ପ୍ରଦାନ କରାଯାଇଥିଲା। ଜେ.କେ. ଡ୍ୟାସ୍ ଟ୍ରଫିରେ ଟାଟା ଷ୍ଟିଲ୍ ଲିମିଟେଡ୍, ଜାମସେଦପୁରର ‘ଧମାକା’କୁ କ୍ୟୁସି ପ୍ଲାଟିନମ୍, ରାଉରକେଲା ଇସ୍ପାତ କାରଖାନାର ‘ଉନ୍ନତି’କୁ କ୍ୟୁସି ଗୋଲ୍ଡ, ଜେଏଡବ୍ଲ୍ୟୁ ଜେଏଫ୍ଇ ଷ୍ଟିଲ୍ ଲିମିଟେଡ୍, ସମ୍ବଲପୁରର ‘ଚ୍ୟାଲେଞ୍ଜର’କୁ ଆଲାଏଡ୍ ପ୍ଲାଟିନମ୍ ଏବଂ ଟିପିଡବ୍ଲ୍ୟୁଓଡିଏଲ୍, ସମ୍ବଲପୁରର ‘ଅର୍ଥସିଦ୍ଧି’କୁ ଆଲାଏଡ୍ ଗୋଲ୍ଡ ପୁରସ୍କାର ମିଳିଥିଲା । ରାଉରକେଲାର ବିପିୟୁଟି, ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲା । ଅଧିକାରକ ଅଂଶଗ୍ରହଣ ରିପୋର୍ଟରେ ବିଶ୍ବବିଦ୍ୟାଳୟର ଦୁଇଟି ଦଳର ନାମ ରହିଛି । ସ୍ମିଟ୍ ପ୍ରତିଯୋଗିତାରେ ବିପିୟୁଟିର ଆଟମସ୍ ଆଇଓଟି’ ଏବଂ ‘ଆକୃ ଆର୍ଓଭି’ ଦଳ ଅଂଶଗ୍ରହଣ କରିଥିଲେ। କ୍ୟୁସିଏଫ୍ଆଇ ରିପୋର୍ଟ ଅନୁସାରେ ବିପିୟୁଟି, କ୍ୟୁସିଏଫ୍ଆଇର ସ୍ଥାୟୀ ପ୍ରତିଷ୍ଠାନଗତ ସଦସ୍ୟ ହୋଇଛି। ଏହା ଦ୍ବାରା କ୍ୟୁସିଏଫ୍ଇ ଓ ବିଶ୍ବବିଦ୍ୟାଳୟ ମଧ୍ୟରେ ପ୍ରତିଷ୍ଠାନଗତ ସହଯୋଗ ଆହୁରି ସୁଦୃଢ଼ ହେବ। ଅଧ୍ୟାୟସ୍ତରୀୟ ସମ୍ମିଳନୀରେ ସ୍ବର୍ଣ୍ଣ ପୁରସ୍କାର ହାସଲ କରିଥିବା ଦଳଗୁଡ଼ିକ ଡିସେମ୍ବର ୨୦୨୬ରେ ଭୁବନେଶ୍ବରରେ ହେବାକୁ ଥିବା ଜାତୀୟ ଗୁଣବତ୍ତା ଧାରଣା ସମ୍ମିଳନୀ (ଏନ୍ସିକ୍ୟୁସି)ରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ । ଏହା ମାଧ୍ୟମରେ ସେମାନେ ଜାତୀୟସ୍ତରରେ ନିଜ ଗୁଣବତ୍ତା ଉନ୍ନତିମୂଳକ ପ୍ରୟାସ ଓ ପ୍ରକଳ୍ପ ପ୍ରଦର୍ଶନ କରିପାରିବେ । କ୍ୟୁସିଏଫ୍ଆଇ ରିପୋର୍ଟ ଅନୁସାରେ ସିସିକ୍ୟୁସି-୨୦୨୬ର ଝାରସୁଗୁଡ଼ା ପର୍ଯ୍ୟାୟରେ ଆହୁରି ୬୦ଟି ଦଳ ଅଂଶଗ୍ରହଣ କରିବାକୁ ଥିବା ବେଳେ ଏହା ଅକ୍ଟୋବର ୫ ଓ ୬ ତାରିଖରେ ଅନୁଷ୍ଠିତ ହେବ। ଏଥିରେ ୧୦ଟି ‘ହୋମ୍ ମେକର୍ସ ଫାଇଭ୍-ଏସ୍’ ଦଳ ମଧ୍ଯ ରହିଛି। ସେପ୍ଟେମ୍ବର ୨୭ ତାରିଖରେ ଅନୁଷ୍ଠିତ ସମାପନୀ ସମାରୋହରେ ପୁରସ୍କାର ବିତରଣ ଓ ଦଳଗୁଡ଼ିକର ସମ୍ମାନିତକରଣ ସହ ରାଉରକେଲା ପର୍ଯ୍ୟାୟର ଦୁଇଦିନିଆ ସମ୍ମିଳନୀ ସମାପ୍ତ ହୋଇଥିଲା। ଶିଳ୍ପ ଓ ଶିକ୍ଷା କ୍ଷେତ୍ରରେ ଗୁଣବତ୍ତା, ନବସୃଜନ, ଦଳଗତ କାର୍ଯ୍ୟ ଓ ନିରନ୍ଧର ଉନ୍ନତିର ସଂସ୍କୃତିକୁ ସୁଦୃଢ଼ କରିବା ଦିଗରେ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଥିଲା ।

