ପାପଡାହାଣ୍ଡି ତା 1/10/26-(ଉତ୍କଳ ସମାଚାର)ରିଖରେ ପାପଡାହାଣ୍ଡି ବ୍ଲକ ର ସମ୍ମିଳନୀ କକ୍ଷ ଠାରେ ଆନ୍ତ- ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଗୋଷ୍ଠୀ ଉର୍ନୟନ ଅଧିକାରୀ ଶ୍ରୀମାନ କପିଲଦେବ ସାହୁ ଙ୍କ ସଭାପତିତ୍ବ ରେ ସଭା କାଯ୍ୟ ଅନୁଷ୍ଠିତ ହୋଇଥିଲା l ଏହି ସଭରେ ମୁଖ୍ୟ ଅତିଥି ଭାବେ ପାପଡାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଶୁଶାନ୍ତ କୁମାର ବେହେରା, ସନ୍ନମାନୀ ଅତିଥି ଭାବେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶ୍ରୀ ଇଶ୍ୱର ପଟ୍ଟନାୟକ ଓ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଢି ଓ ବି ଏସ ଏସ ଓ ଶ୍ରୀ ସୁବ୍ରତ କିସାନ ପ୍ରଭୁତି ମଞ୍ଚାସିନ ଥିଲେ l ସମସ୍ତ ବକ୍ତା ମାନେ ବରିଷ୍ଠ ନାଗରିକ ମାନଙ୍କ ହେଉଥିବା ଅସୁବିଧା ବିଷୟରେ ଆଲୋଚନା କରିଥିଲେ ଏବଂ ଭବିଷ୍ୟତରେ ସେମାନଙ୍କ ପାଇଁ କରାଯାଇପାରିବ ସେବିଷୟ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି l ଏହି କାର୍ଯ୍ୟକ୍ରମ ରେ (45,)ଜଣ ବରିଷ୍ଠ ନାଗରିକ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା l ଏହି ସଭା ରେ ବି ଏସ ଏସ ଓ ଶ୍ରୀ ସୁବ୍ରତ କିସାନ ମଞ୍ଚ ପରିଚାଳନା କରିଥିଲେ

