କେନ୍ଦୁଝର:2//10,(ଉତ୍କଳ ସମାଚାର) ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀ ୧୫୭ତମ ଏବଂ ସ୍ୱାଧୀନ ଭାରତର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ୧୦୨ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି l ଆଜି ଜ଼ିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ କଂଗ୍ରେସ ଭବନଠାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି l କଂଗ୍ରେସ ନେତୃତ୍ୱମାନେ ଦୁଇ ମହାପୁରୁଷଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପୂର୍ବତନ ଜ଼ିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡା, ପୂର୍ବତନ ସାଂସଦ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ, ପୂର୍ବତନ ବିଧାୟକ ଇଂ ସୁବର୍ଣ୍ଣ ନାଏକ, ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ଜ଼ିଲ୍ଲା କଂଗ୍ରେସ ଉପସଭାପତି ଲଳିତ ମୋହନ ନାୟକ, ଜ଼ିଲ୍ଲା ସାଧାରଣ ସମ୍ପାଦକ ସୁଢଳ କୁମାର ସେଠି, ପୂର୍ବତନ ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ଟାଉନ କଂଗ୍ରେସ ସଭାପତି ଲୋକନାଥ ଟୁଡୁ, ସଦର ବ୍ଲକ କଂଗ୍ରେସ ସଭାପତି ଉତ୍ତମ କୁମାର ସାହୁ, ବରିଷ୍ଠ କଂଗ୍ରେସ ନେତା ରତ୍ନାକର ଜେନା, କ୍ଷୀରୋଦ ପାତ୍ର, ପୂର୍ଣ୍ଣଚନ୍ଦ୍ର ଦାସ, ଯୁବ କଂଗ୍ରେସ ନେତା ସୌମ୍ୟରଞ୍ଜନ ରାଉତ, ଅମିତ କୁମାର ରାଉତ, ମାନସ ବେହେରା, ଛାତ୍ର କଂଗ୍ରେସ ନେତା ସୌମ୍ୟସଚିନ ମିଶ୍ର, କଂଗ୍ରେସ ନେତା ରଞ୍ଜନ ଜେନା, ରଞ୍ଜିତ ଜେନା, ସୁଧାଂଶୁ ଜେନା ଓ ପ୍ରଶାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ l
