ମହାନଗରମୁଖ୍ୟ ଖବରରାଜ୍ୟ

ଏନସିସି କ୍ଯାମ୍ପରେ ସହଜଯୋଗ ପ୍ରଶିକ୍ଷଣ ଶିବିର

ରାଉରକେଲା, ୨୬/୧୦(ଉତ୍କଳ ସମାଚାର): ଆଜି ସକାଳରେ ସେକ୍ଟର-୧୮ ସ୍ଥିତ ଇସ୍ପାତ ଇଂଲିଶ୍ ମିଡିୟମ ସ୍କୁଲ ପରିସରରେ ୯(ଓ)ବିଏନସିସି କମାଣ୍ଡିଙ୍ଗ ଅଫିସର କର୍ଣ୍ଣେଲ୍ ଏସ୍ ସି କୁଲକର୍ଣ୍ଣି, ସୁବେଦାର ମେଜର ଅଙ୍ଗଦ ମାହାତୋ, ଟ୍ରେନିଂ ଜେସିଓ ଭୀର୍ ସିଂହ ଏବଂ ବିଏଚ୍ଏମ ଜଶକରନ୍ ସିଂହଙ୍କ ତତ୍ତ୍ବାବଧାନରେ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସ୍କୁଲରୁ ଆସିଥିବା ୪ଶହରୁ ଉର୍ଦ୍ଧ୍ବ ଏନସିସି କ୍ଯାଡେଟଙ୍କୁ ନେଇ ସହଜଯୋଗ ପ୍ରଶିକ୍ଷଣ ଶିବିର ଆୟୋଜିତ କରାଯାଇଥିଲା। ରାଉରକେଲା ସହଜଯୋଗ ପରିବାର ପକ୍ଷରୁ “ସହଜଯୋଗ ଆଜିର ମହାଯୋଗ” କୁଣ୍ଡଳିନୀ ଜାଗୃତ ଦ୍ବାରା ଆତ୍ମସାକ୍ଷାତକାର ଅନୁଭବରେ ଆନନ୍ଦ ରହିବାର ବିସ୍ମୃତ ମାର୍ଗ ଅଟେ ବୋଲି ଶିକ୍ଷା ପ୍ରଦାନ କରାଯାଇଥିଲା। ଏହା ଦ୍ବାରା ଆତ୍ମା ସହିତ ପରମାତ୍ମାଙ୍କ ଏକକାରିତାର ସମ୍ବନ୍ଧ ଘଟିଥାଏ।          ଏହି ଅବସରରେ ରାଉରକେଲା ସହଜଯୋଗ ପରିବାର ପକ୍ଷରୁ ଅକ୍ଟୋବର ୨୪ ତାରିଖ ଓ ୨୫ ତାରିଖ ଦୁଇ ଦିନ ଧରି କାର୍ଯ୍ଯକ୍ରମକୁ ସହଜଯୋଗୀ ନିର୍ମଳ କୁମାର ଦାସ, ପ୍ରକାଶ ଚନ୍ଦ୍ର ପରିଜା, ଚକ୍ରାନ୍ତ ଜେନା, ଅଭିତନ୍ତ୍ରୀ, ମୋନାଲିସା ପରିଜା,  ଶ୍ରଦ୍ଧାଞ୍ଜଳୀ ସାହୁ ପ୍ରମୁଖ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଏନସିସି ବାଟାଲିୟନ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *