ସହିଦ ଭଗତ ସିଂ ଫୁଟବଲ କ୍ଳବ ପକ୍ଷରୁ ଦୁଇ ଦିନିଆ ଫୁଟବଲ ଟୁର୍ନାମେଣ୍ଟ ଉଦ୍ଘାଟିତ
ରାଇଘର. ୨୬/୧୦(ନରସିଂବାଘ) (ଉତ୍କଳ ସମାଚାର ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପତ୍ରକୋଟି ସହିଦ ଭଗତ ସିଂ ଫୁଟବଲ କ୍ଲବ ପକ୍ଷରୁ ଆଜି ଦୁଇ ଦିନିଆ ଫୁଟବଲ ଟୁର୍ନାମେଣ୍ଟର ଶୁଭ ଉଦ୍ଘାଟନ ହୋଇଯାଇଛି.ଖେଳ ହେଉଛି ଭାଇଚାରା ବଢାଇବା ର ଗୋଟିଏ ମାଧ୍ଯମ, ବର୍ତମାନର ଯୁବ ପିଢ଼ି ଆଉଟ ଡୋର ଗେମ୍ରୁ ଦୁରେଇ ଇନ ଡୋର ଗେମ୍କୁ ପସନ୍ଦ କରୁ ଥିବାରୁ ଲୋକଙ୍କୁ ସଚେତନ କରିବାର ଏକ ମାଧ୍ୟମ କୁ ବୁଝିଛନ୍ତି ରାଇଘର ପତ୍ରକୋଟି ସାହି ସହିଦ ଭଗତ ସିଂ କ୍ଲବ ର ମେମ୍ବର ମାନେ ତେଣୁ ଗୋଟିଏ ଫୁଟବଲ ମ୍ଯାଚ ଆୟୋଜନ କରି ରାଇଘର ଗୋଷ୍ଟି ଉନୟନ ଅଧିକାରୀ ଲକ୍ଷ୍ମୀ ସାଗର ମାଝୀଙ୍କ ସହ ଦୁଇ ଅବସର ପ୍ରାପ୍ତ ସେନା କର୍ମଚାରୀ ଙ୍କୁ ଅତିଥି ଭାବରେ ଡାକିଥିଲେ। ପ୍ରଥମେ ଅତିଥି ମାନେ ସହିଦ ଭଗତ ସିଂ ଙ୍କ ଫୋଟଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କଲାପରେ ପଡିଆ କୁ ଏକ ବିରାଟ ଶୋଭାଯାତ୍ରା ରେ ଅତିଥି ମାନଙ୍କ ସହିଦ ଭଗତ ସିଂ କ୍ଲବ ର ସଦସ୍ଯ ମାନେ ଯାଇ ଖେଳାଳି ମାନଙ୍କୁ ଶାନ୍ତି ଶୃଙ୍ଖଳା ର ସହ ଖେଳ ଖେଳିବାକୁ ବୁଝେଇ ଥିଲେ,ଉକ୍ତ ଫୁଟବଲ ଟୁର୍ନାମେଣ୍ଟ ରେ ମୁଖ୍ୟ ବକ୍ତା ଭାବେ ରାଇଘର ଗୋଷ୍ଟି ଉନୟନ ଅଧିକାରୀ ଖେଳାଳି ମାନଙ୍କୁ ଆଉଟ ଡୋର ଗେମ୍ ପ୍ରତି ପ୍ରେରଣା ଦେଇଥିଲେ, ଏହି ଖେଳ ରେ ମୋଟ ୧୬ଗୋଟି ଦଳ କୁ ନେଇ ଏହି ଟୁର୍ନାମେଣ୍ଟ ଖେଳାଯାଉଥିବା ଜଣା ପଡିଛି।ଏହି ଖେଳକୁ ସହିଦ ଭଗତ ସିଂ କ୍ଲବ ର ସମସ୍ତ ମେମ୍ବର ମାନେ ସହଯୋଗ କରିଛନ୍ତି ।