ମନୋରଞ୍ଜନମୁଖ୍ୟ ଖବରରାଜ୍ୟ

ଯତରା ର ଚତୁର୍ଥ ସନ୍ଧ୍ୟା

ସୁନ୍ଦରଗଡ଼, ୫/୧ (ଉତ୍କଳ ସମାଚାର): ୧୩ ତମ ଯତରା ମହୋତ୍ସବ ର ଚତୁର୍ଥ ସନ୍ଧ୍ୟା ଆଜି ବେଶ୍ ଯାକ ଯମକ ରେ ଶେଷ ହୋଇଛି। ଚତୁର୍ଥ ସନ୍ଧ୍ୟା ରେ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗର ଙ୍କ ସୁମଧୁର ରେ ଝୂମିଲେ ଦର୍ଶକ। ଚତୁର୍ଥ ଦିନ ରେ ମାନ୍ୟବର ବିଧାୟକ, ରାଜଗାଙ୍ଗପୁର ଡ଼ା. ସି. ଏସ୍. ରାଜେନ୍ ଏକ୍କା, ମାନ୍ୟବର ବିଧାୟିକା ସୁନ୍ଦରଗଡ଼ ଶ୍ରୀମତୀ କୁସୁମ ଟେଟେ, ପଦ୍ମଶ୍ରୀ ଡ. ଦିଲ୍ଲୀପ ତିର୍କୀ, ସୁନ୍ଦରଗଡ଼ ମ୍ୟୁନିସପାଲିଟି ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର ଏବଂ ଉପାଧ୍ୟକ୍ଷ ଶ୍ରୀ ଲଲାଟେନ୍ଦୁ ପରିଡ଼ା, ଏମ.ସି.ଏଲ. ବସୁନ୍ଧରା ର ସାଧାରଣ ପ୍ରବନ୍ଧକ ଶ୍ରୀ ପାଲେ ବୁଚି ରେଡ୍ଡୀ ଅତିଥି ଭାବେ ଯୋଗ ଦେଇଥିଲେ । ଆଜିର ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପଶ୍ଚିମ ବଙ୍ଗର ପୁରୁଲିଆ ଛଉ ନୃତ୍ୟ, କଳାହାଣ୍ଡି ର ଘୁମୁରା ନୃତ୍ୟ ଏବଂ ହ୍ୟୁମାନ ସାଗର ଙ୍କ ଦ୍ଵାରା ତାରକା ରାତ୍ରି ଅନୁଷ୍ଠିତ ହୋଇଯାଇଛି। ଦର୍ଶକ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ସହିତ ପଲ୍ଲୀଶ୍ରୀ ମେଳା ରେ ବିଭିନ୍ନ ପ୍ରକାର ସାମଗ୍ରୀ ଆଦି ର କ୍ରୟ କରିଥିଲେ ଏବଂ ଫୁଡ୍ କୋର୍ଟ ରୁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ର ମଜା ଉଠାଇଥିଲେ। ଏହି ଅବସର ରେ ଆଜି ପଦ୍ମଶ୍ରୀ ଡ. ଦିଲ୍ଲୀପ ତିର୍କୀ ଏବଂ ପୂର୍ବତନ ହକି ତାରକା ଲାଜ୍ରୁସ ବାର୍ଲା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *