କମନୱେଲଥ କରାଟେ ଚାମ୍ପିୟନସିପ ଭାରତୀୟ ଦଳରେ ରାଉରକେଲା ର ସୂର୍ଯ୍ୟପ୍ରକାଶ, ପୁଲକ ଓ ଆର୍ଯ୍ୟବ୍ରତ
ରାଉରକେଲା , ୨୮/୧୧ (ଉତ୍କଳ ସମାଚାର): ଦକ୍ଷିଣ ଆଫ୍ରିକା ର ଡର୍ବାନ ଠାରେ ଚଳିତ ନଭେମ୍ବର ମାସ ୨୮ରୁ ଡ଼ିସେମ୍ବର ୧ପର୍ଯ୍ୟନ୍ତ ୧୧ତମ କମନୱେଲଥ କରାଟେ ଚାମ୍ପିୟନସିପ ଆୟୋଜିତ ହେଇଅଛି l ଏହି ଚାମ୍ପିୟନସିପ ପାଇଁ ଓଡିଶାରୁ ୨୫ ଜଣ କରାଟେକା ମନୋନୀତ ହୋଇଛନ୍ତି l ଏହି ଦଳରେ ରାଉରକେଲା ରୁ ସୂର୍ଯ୍ୟପ୍ରକାଶ ଘଡେଇ, ପୁଲକ ପାଢ଼ୀ ଓ ଆର୍ଯ୍ୟବ୍ରତ ବିଶ୍ୱାଳ ମନୋନୀତ ହୋଇ ଭାରତୀୟ ଦଳସହ ଦକ୍ଷିଣ ଆଫ୍ରିକା ଯାତ୍ରା କରିଛନ୍ତି l ଏହି ୩ କରାଟେକା ରାଉରକେଲା ଉତ୍କଳ କରାଟେ ସ୍କୁଲ ଠାରେ ଜାତୀୟ ଓ ଅନ୍ତର୍ଜାତୀୟ ପଦକ ପ୍ରାପ୍ତ ତଥା ଏସିୟ କୋଚ ଓ ଜଜ ରାଜୀବ ସିଂ ଙ୍କ ଠାରେ ଦୀର୍ଘ ଦିନରୁ କରାଟେ ପ୍ରଶିକ୍ଷଣ ନେଉଛନ୍ତି l ଏଥିପାଇଁ ଓଡିଶା ରାଜ୍ୟ କରାଟେ ସଂଘ ର ସଭାପତି ହାଂଶୀ ଡ଼ ହରିପ୍ରସାଦ ପଟ୍ଟନାୟକ, ସମ୍ପାଦିକା ଡ଼ ଗୌରୀ ମହାନ୍ତି ରାଉରକେଲା କରାଟେ ଆସୋସିଏସନ ର ସଭାପତି ତଥା ବିଧାୟକ ସାରଦା ନାୟକ, ବାସନ୍ତୀ ସାଂସ୍କୃତିକ ପରିଷଦ, ସହର ସେବା ସମିତି ର କର୍ମକର୍ତା ପ୍ରମୁଖ କରାଟେକା ଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି l