ଖେଳମହାନଗରମୁଖ୍ୟ ଖବରରାଜ୍ୟ

ଜାତୀୟ ସ୍କୁଲ କ୍ରୀଡ଼ାରେ ଚମକିଲେ ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲ କ୍ରୀଡ଼ାବିତ୍; ଉସୁରେ ୫ ପଦକ

କେନ୍ଦୁଝର,୨୯/୧୧(ଉତ୍କଳ ସମାଚାର): : ଜାତୀୟ ସ୍କୁଲ କ୍ରୀଡ଼ା ପ୍ରତିଯୋଗିତାରେ ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲର କ୍ରୀଡ଼ାବିତ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଜମ୍ମୁରେ ୨୨ରୁ ୨୬ ନଭେମ୍ବର ଯାଏ ଚାଲିଥିବା ୬୮ ତମ ଜାତୀୟ ସ୍କୁଲ କ୍ରୀଡ଼ା ପ୍ରତିଯୋଗିତାରେ ବିଭିନ୍ନ ଓଜନ ବର୍ଗର ଉସୁ କ୍ରୀଡ଼ାରେ ୫ଟି ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଜଣେ ସ୍ୱର୍ଣ୍ଣ, ୩ ଜଣ ରୌପ୍ୟ ଓ ଜଣେ କାଂସ୍ୟ ପଦକ ଜିତିଛନ୍ତି । ୪୦ କେଜି ବର୍ଗରେ ରାଜେଶ ନାଗ ସ୍ୱର୍ଣ୍ଣ, ୪୫ କେଜି ବର୍ଗରେ ମଦନ ମୁଣ୍ଡା, ୪୮ କେଜି ବର୍ଗରେ ରମେଶ ମୁଣ୍ଡା, ୩୬ କେଜି ବର୍ଗରେ ମାଳିନୀ ମୁଣ୍ଡାଙ୍କୁ ରୌପ୍ୟ ଓ ୫୨ କେଜି ବର୍ଗରେ ପରବିଲ ମୁଣ୍ଡା କାଂସ୍ୟ ପଦକ ଜିତିଛନ୍ତି । ଏହି ଚମତ୍କାର ବିଜୟରେ ଜିନ୍ଦଲ ଫାଉଣ୍ଡେସନର ଚେୟାରପର୍ସନ ଶ୍ରୀମତୀ ଶାଲୁ ଜିନ୍ଦଲ କହିଛନ୍ତି, “ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲର କ୍ରୀଡ଼ାବିତଙ୍କ ଏହି ବିଜୟରେ ଆମେ ଅତ୍ୟନ୍ତ ଗୌରାବନ୍ୱିତ । ଏହି ସଫଳତାରେ ସେମାନଙ୍କ କଠିନ ପରିଶ୍ରମ ଓ ନିଷ୍ଠା ପ୍ରତିଫଳିତ ହେଉଛି । ଜିନ୍ଦଲ ଫାଉଣ୍ଡେସନ କ୍ରୀଡ଼ା ମାଧ୍ୟମରେ ଗ୍ରାମୀଣ ଓ ଆଦିବାସୀ ଯୁବପ୍ରତିଭାଙ୍କୁ ସଶକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ।”ନ୍ଦଲ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲ ୬୦ କ୍ରୀଡ଼ା ପ୍ରତିଭାଙ୍କୁ କ୍ରୀଡ଼ା ଓ ଶିକ୍ଷାରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ସର୍ବୋତ୍କୃଷ୍ଟ ସୁବିଧା ଯୋଗାଇଦେଉଛି । ଜାତୀୟ ସ୍କୁଲ କ୍ରୀଡ଼ାରେ ହଷ୍ଟେଲ ଅନ୍ତେବାସୀଙ୍କ ଚମତ୍କାର ପ୍ରଦର୍ଶନ, ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହନ ଯୋଗାଇବାରେ ଜିନ୍ଦଲ ଫାଉଣ୍ଡେସନର ପ୍ରୟାସକୁ ପ୍ରତିଫଳିତ କରୁଛି ।ଓଡ଼ିଶା ଷ୍ଟେଟ ଉସୁ ଆସୋସିଏସନ ସହ ଏକ ମଜଭୁତ ସହବନ୍ଧନ ପ୍ରତିଷ୍ଠା କରି କେନ୍ଦୁଝର ଜିଲ୍ଲାରେ ଉସୁ ଓ କିକବକ୍ସିଂକୁ ଆଗକୁ ନେବାରେ ଜିନ୍ଦଲ ଫାଉଣ୍ଡେସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଫାଉଣ୍ଡେସନର ପ୍ରୋତ୍ସାହନରେ ଯୋଡ଼ା ଓ ବଡ଼ବିଲ ଅଞ୍ଚଳର ଅଗଣିତ କ୍ରୀଡ଼ା ପ୍ରତିଭା ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ମେଡାଲ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଉସୁ, କିକବକ୍ସିଂ, ହକି, କ୍ରିକେଟ, ତୀରନ୍ଦାଜୀ ଭଳି କ୍ରୀଡ଼ାକୁ ଫାଉଣ୍ଡେସନର ପ୍ରୋତ୍ସାହନ ୩୦ ହଜାରରୁ ଅଧିକ ଗ୍ରାମୀଣ ଓ ଆଦିବାସୀ କ୍ରୀଡ଼ାବିତଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିପାରିଛି ।

Leave a Reply

Your email address will not be published. Required fields are marked *