ସାଉଥଆଫ୍ରିକା ରେ କମାଲ ଦେଖାଇଲେ ରାଉରକେଲା ର ପୁଲକ, ସୂର୍ଯ୍ୟ ଓ ଆର୍ଯ୍ୟବ୍ରତ
ରାଉରକେଲା ,୧/୧୨(ଉତ୍କଳ ସମାଚାର): ଦକ୍ଷିଣ ଆଫ୍ରିକା ର ଡର୍ବାନ ଠାରେ ୧୧ତମ କମନୱେଲଥ କରାଟେ ଚାମ୍ପିୟନସିପ ଉଦଯାପିତ ହେଇଯାଇ ଅଛି l ଏହି ଚାମ୍ପିୟନସିପ ପାଇଁ ମନୋନୀତ ଭାରତୀୟ ଦଳରରେ ଓଡିଶାରୁ ୨୫ ଜଣ କରାଟେକା ଅଂଶଗ୍ରହଣ କରିଥିଲେ l ଏହି ଦଳରେ ରାଉରକେଲା ରୁ ସୂର୍ଯ୍ୟପ୍ରକାଶ ଘଡେଇ, ପୁଲକ ପାଢ଼ୀ ଓ ଆର୍ଯ୍ୟବ୍ରତ ବିଶ୍ୱାଳ ମନୋନୀତ ହୋଇ ଜୁନିଅର ପୁରୁଷ ବର୍ଗ ର ଟିମ କଟାରେ ଭାରତକୁ ପ୍ରତିନିଧିତ୍ୱ କରି ରୌପ୍ୟ ପଦକ ହାସଲ କରିଛନ୍ତି l ପୁଲକ ପାଢ଼ୀ, ବାସନ୍ତୀକଲୋନୀ ସ୍ଥିତ ଡିଏଭି ସ୍କୁଲ, ଆର୍ଯ୍ୟବ୍ରତ ବିଶ୍ୱାଳ ଦୀପିକା ଇଂଲିଶ ସ୍କୁଲ ଓ ସୂର୍ଯ୍ୟପ୍ରକାଶ ଘଡେଇ ବନ୍ଧମୁଣ୍ଡା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ରେ ପାଠ ପଢୁଛନ୍ତି l ଏହି ୩ କରାଟେକା ରାଉରକେଲା ଉତ୍କଳ କରାଟେ ସ୍କୁଲ ଠାରେ ଜାତୀୟ ଓ ଅନ୍ତର୍ଜାତୀୟ ପଦକ ପ୍ରାପ୍ତ ତଥା ଏସିୟ କୋଚ ଓ ଜଜ ରାଜୀବ ସିଂ ଙ୍କ ଠାରେ ଦୀର୍ଘ ଦିନରୁ କରାଟେ ପ୍ରଶିକ୍ଷଣ ନେଉଛନ୍ତି l ଏଥିପାଇଁ ଓଡିଶା ରାଜ୍ୟ କରାଟେ ସଂଘ ର ସଭାପତି ହାଂଶୀ ଡ଼ ହରିପ୍ରସାଦ ପଟ୍ଟନାୟକ, ସମ୍ପାଦିକା ଡ଼ ଗୌରୀ ମହାନ୍ତି ରାଉରକେଲା କରାଟେ ଆସୋସିଏସନ ର ସଭାପତି ତଥା ବିଧାୟକ ସାରଦା ନାୟକ, ବାସନ୍ତୀ ସାଂସ୍କୃତିକ ପରିଷଦ, ସହର ସେବା ସମିତି ର କର୍ମକର୍ତା ଙ୍କ ସହ ସହରର ଅନେକ କ୍ରୀଡା ଓ ସାମାଜିକ ଅନୁଷ୍ଠାନ ଓ କ୍ରୀଡା ପ୍ରେମୀ କରାଟେକା ଙ୍କୁ ଅଭିନନ୍ଦନ ଜଣାଇଛନ୍ତି l ବିଜୟୀ ଦଳ ଆସନ୍ତା ୫ ତାରିଖରେ ରାଉରକେଲା ରେ ପହଁଚିବେ