ଅଲଇଣ୍ଡିଆ ସବଜୁନିଅର ଓ ଇଣ୍ଟରଜୋନାଲ କରାଟେ ଚାମ୍ପିୟନସିପ ରେ ରାଜୀବ ସିଂ ବିଚାରକ
ରାଉରକେଲା, ୧୭/୧୨(ଉତ୍କଳ ସମାଚାର): ନୂଆଦିଲ୍ଲୀ ର ତାଳକଟୋରା ଇଣ୍ଡୋର ଷ୍ଟାଡିଅମ ଠାରେ କରାଟେ ଇଣ୍ଡିଆ ଅର୍ଗାନାଇଗେସନ (କିଓ) ପକ୍ଷରୁ ଇଣ୍ଟରଜୋନାଲ ଓ ଅଲଇଣ୍ଡିଆ ସବଜୁନିଅର କରାଟେ ଚାମ୍ପିୟନସିପ ଅନୁଷ୍ଠିତ ହୋଇଯାଇଅଛି l (କିଓ) ର ସଭାପତି ହାଂଶୀ ଭାରତ ଶର୍ମା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନତା ରେ ଡ଼ିସେମ୍ବର ୧୩ ରୁ ୧୫ ପର୍ଯନ୍ତ ୩ ଦିନ ଧରି ଆୟୋଜିତ ହୋଇଥିବା ଏହି ଚାମ୍ପିୟନସିପ ରେ ଦେଶରୁ ୨O00 ରୁ ଉର୍ଦ୍ଧ କରାଟେକା ଅଂଶଗ୍ରହଣ କରିଥିଲେ l ଏହି ଚାମ୍ପିୟନସିପ ରେ ଓଡ଼ିଶାର ଜାତୀୟ ଓ ଅନ୍ତର୍ଜାତୀୟ ପଦକ ପ୍ରାପ୍ତ,ଏସିୟ ଜଜ ତଥା କରାଟେ ଇଣ୍ଡିଆ ଅର୍ଗାନାଇଜେସନ (କିଓ) ର ରେଫରୀ କମିଶନ ସଦସ୍ୟ ରାଜୀବ କୁମାର ସିଂ ଯୋଗଦେଇ ସଫଳତାର ସହ ବିଚରକ ଦାଇତ୍ୱ ତୁଲାଇ (କିଓ) ର ସଭାପତି ହାଂଶୀ ଭାରତ ଶର୍ମା ଙ୍କ ଠାରୁ ମେମେନଟୋ ଗ୍ରହଣ କରିଛନ୍ତି l