ମହାନଗରମୁଖ୍ୟ ଖବରରାଜ୍ୟ

ବିଜେପି ଯୁବ ନେତା ଅରୂପ ନାୟକ ନିଧନରେ ବିଜେପିର ଶୋକ

ରାଉରକେଲା, ୯/୧ (ଉତ୍କଳ ସମାଚାର): ବିଜେପି ଯୁବ ନେତା ଅରୂପ ନାୟକ (ନିଲୁ)ଙ୍କ ଅକାଳ ବିୟୋଗ , ଦେଓଗାଁ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଏହି ଖବର ପାଇବାପରେ ବିଜେପି ମହଲରେ ଦୁଃଖର ଛାୟା ଖେଳି ଯାଇଛି l ସେ ଜଣେ ସକ୍ରିୟ ଓ ନିଷ୍ଠାବାନ ଯୁବ ନେତା ଥିଲେ ।ଆଜି ବିଜେପି ର ନେତୃବୃନ୍ଦ ତାଙ୍କ ବାସ ଭବନରେ ପହଂଚି ତାଙ୍କର ମର ଶରୀରରେ ବିଜେପିର ପତାକା ଢାଙ୍କି ସମ୍ମାନ ଜଣାଇବା ସହିତ ଶେଷ ଦର୍ଶନ କରି ଥିଲେ ଓ ମହାନ୍ ଆତ୍ମା ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କର ଆତ୍ମାର ସଦଗତି ନିମନ୍ତେ ପ୍ରାଥନା କରି ଥିଲେ l ତାଙ୍କ ଶୋକ ସନ୍ତପ୍ତ ପରିବାରଙ୍କୁ ଭଗବାନ ଅସୀମ ସାହସ ଓ ଶକ୍ତି ପ୍ରଦାନ କରି ସହାୟକ ହୁଅନ୍ତୁ ବୋଲି ପ୍ରାଥନା କରିଥିଲେ। ବିଜେପି ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ ,, ରାଜ୍ୟ ମୁଖପାତ୍ର ଧିରେନ୍ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ,, ସୁବ୍ରତ ପଟ୍ଟନାୟକ , କୈଳାସ ରାଉତ , ଅବୋଧ ରାୟ , ଶିବ ସଙ୍କର ବେହେରା , କେଦାର ମହାନ୍ତି , ରମେଶ ହରିଚନ୍ଦନ , ପ୍ରମୋଦ ସେନାପତି, ଜୟନ୍ତ ମଙ୍ଗରାଜ, ଅଜିତ ସାହୁ , ସତ୍ୟ ସାହୁ , ଦିଲ୍ଲୀପ ସାହୁ , ସନ୍ତୋଷ ବେହେରାଙ୍କ ସହିତ ବହୁ କର୍ମୀ ଏବଂ ଦେଓଗାଁ ର ଶତାଧିକ ଲୋକ ଶ୍ରଦ୍ଧାଞ୍ଜଳି ଦେଇଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି । 

Leave a Reply

Your email address will not be published. Required fields are marked *