ମୁଖ୍ୟ ଖବର

ଇଣ୍ଡିଆ ମେଣ୍ଟରେ କୁହୁଳୁଛି ନିଆଁ! ମମତାଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ଅଧୀର ରଞ୍ଜନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପିର ବଡ଼ ବିଜୟ ପରେ ଗତକାଲି କଂଗ୍ରେସ ପକ୍ଷରୁ ଡିସେମ୍ବର ୬ ତାରିଖ ବୁଧବାର ନୂଆଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବୈଠକ ଡକାଯାଇଥିଲା । ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସ, ଡିଏମ୍‌କେ ଓ ତୃଣମୂଳ କଂଗ୍ରେସ ସମେତ ମେଣ୍ଟ ସହଯୋଗୀମାନଙ୍କୁ ଫୋନ୍ କରି ବୈଠକ ବିଷୟରେ ଅବଗତ କରାଇଥିଲେ। ତେବେ ଯେତେବେଳେ ବୈଠକକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ପଚରାଯାଇଥିଲା ସେ କହିଥିଲେ ଯେ ବୈଠକ ନେଇ ତାଙ୍କ ପାଖରେ କିଛି ଖବର ନାହିଁ | ମମତା କହିଥିଲେ, “ମୁଁ ଏ ବିଷୟରେ ଅବଗତ ନୁହେଁ ଏବଂ ସେହିଦିନ ମୋର କିଛି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି। ଯଦି ମୋ ପାଖରେ ଏହି ବିଷୟରେ ସୂଚନା ଥାନ୍ତା, ମୁଁ ସେହି କାର୍ଯ୍ୟକ୍ରମକୁ ଯାଇନଥାନ୍ତି। ମମତା କହିଛନ୍ତି ବୈଠକ ନେଇ ଖବର ଥିଲେ ଓ ଯଦି ମୁଁ ଜାଣିଥାନ୍ତି ତେବେ ଏହି କାର୍ଯ୍ୟକ୍ରମ ରଖିନଥାନ୍ତି ।ତେବେ ମମତା ବାନାର୍ଜୀ ଏହି ବୈଠକରେ ଯୋଗଦେବାକୁ ମନା କରିବା ପରେ ଏବେ କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ ରାଗି ଯାଇଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ମଧ୍ୟ ତାଙ୍କର ଅହଂକାର ଏଭଳି ଥିଲା। ପାଞ୍ଚଟି ରାଜ୍ୟରେ ନିର୍ବାଚନ ହୋଇଥିଲା, କିନ୍ତୁ ବିଜେପିକୁ ପରାସ୍ତ କରିବାକୁ ବିରୋଧୀ ଦଳକୁ ଭୋଟ୍ ଦେବାକୁ ସେ ଲୋକଙ୍କୁ ନିବେଦନ ମଧ୍ୟ କରିନଥିଲେ। ସେ କଂଗ୍ରେସ ସପକ୍ଷରେ ଭୋଟ ଦେବାକୁ ଥରୁଟିଏ ବି କହିନଥିଲେ | ଅନ୍ୟପଟେ ଇଣ୍ଡିଆ ମେଣ୍ଟର ବୈଠକକୁ ନେଇ ’ଶିବସେନା (ଉଦ୍ଧବ) ଦଳର ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ ଏହି ବୈଠକ ଶୀଘ୍ର ଡକାଯାଇ ନାହିଁ। ସେ କହିଛନ୍ତି, ‘ନିର୍ବାଚନ ଫଳାଫଳ ଘୋଷଣା ହେବା ପୂର୍ବରୁ ମଧ୍ୟ ଏହି ବ ବୈଠକ ଯୋଜନା କରାଯାଇଥିଲା। ଶିବସେନା (ୟୁବିଟି) ସାଂସଦ କହିଛନ୍ତି ଯେ ଉଦ୍ଧବ ଠାକରେ ଏହି ବୈଠକରେ ଯୋଗ ଦେବେ |

Leave a Reply

Your email address will not be published. Required fields are marked *