Uncategorized

କେନ୍ଦୁଝର ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଓସ୍ୱାସ କାର୍ଯ୍ୟକାରିତା ନିମନ୍ତେ ତାଲିମ ଶିବିର ଅନୁଷ୍ଠିତ

କେନ୍ଦୁଝର, ୨୩.୦୫.୨୦୨୫,(ଉତ୍କଳ ସମାଚାର): କେନ୍ଦୁଝର ଜିଲ୍ଲାର ସରକାରୀ କାର୍ଯ୍ୟ ଗୁଡିକକୁ ଅଧିକ ଗତିଶୀଳ କରିବା ନିମନ୍ତେ ପାଇଲଟ ପ୍ରୋଜେକ୍ଟ ଭାବେ ଓସ୍ଵାସର (ଓଡ଼ିଶା ଷ୍ଟେଟ ୱାର୍କଫ୍ଲୋ ଅଟୋମେସନ ସିଷ୍ଟମ) ସଫଳ କାର୍ଯ୍ୟକାରିତା ନିମନ୍ତେ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କ ତିନି ଦିନିଆ ତାଲିମ ଶିବିର ତା. ୨୧ ରୁ ୨୩ ମଇ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଓକାକ ( ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର) ଦ୍ୱାରା ନିଯୁକ୍ତ ବୈଷୟିକ ପରାମର୍ଶଦାତା ମାନେ ସମାନ୍ତରାଳ ଭାବେ କେନ୍ଦୁଝର, ଆନନ୍ଦପୁର ଓ ଚମ୍ପୁଆଠାରେ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଓସ୍ଵାସ ବ୍ୟବହାର କରିବାର କୌଶଳ ଶିଖାଇଥିଲେ। ନଥିପତ୍ର କାର୍ଯ୍ୟ ତ୍ୱରିତ ଭାବେ ସମ୍ପାଦିତ କରିବା ଦ୍ୱାରା ଲୋକଙ୍କ ବିଭିନ୍ନ କାର୍ଯ୍ୟ ଖୁବଶୀଘ୍ର ହୋଇପାରିବ।  ଏନେଇ ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ ସମୟ ସହିତ ତାଳ ଦେଇ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିଷ୍ଠାର ସହିତ ଓସ୍ଵାସକୁ ସଫଳ ଭାବେ କାର୍ଯ୍ୟକାରୀ କରିବା ପାଇଁ ଆହ୍ୱାନ ଜଣାଇଥିଲେ।  ସୂଚନାଯୋଗ୍ୟ କେନ୍ଦୁଝର ଜିଲ୍ଲାକୁ ଓସ୍ୱାସ୍ ସଂଯୋଗିକରଣ ନିମନ୍ତେ ପାଇଲଟ୍ ପ୍ରୋଜେକ୍ଟରେ ଅନ୍ତର୍ଭୁକ୍ତ କରାଯାଇଅଛି। ଜିଲ୍ଲାର ସରକାରୀ କାର୍ଯ୍ୟାଳୟ ଗୁଡିକର ଓସ୍ଵାସ୍ ଭିତ୍ତିଭୂମି ଯଥା କମ୍ପ୍ୟୁଟର, ପ୍ରିଣ୍ଟର, ଅପରେଟର, ଇଣ୍ଟରନେଟ ସେବା ଉପଲବ୍ଧ ଆଦି କାର୍ଯ୍ୟଗୁଡ଼ିକ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ସମୀକ୍ଷା କରାଯାଇଛି। ନଥିପତ୍ର କାର୍ଯ୍ୟ ସଠିକ୍ ଢଙ୍ଗରେ, ସ୍ବଚ୍ଛ, ସୁରକ୍ଷିତ ଏବଂ ନିର୍ଭୁଲ ଭାବେ ସ୍ୱଳ୍ପ ସମୟରେ କାର୍ଯ୍ୟକାରୀ କରିବା ଏହି ପାଇଲଟ୍ ପ୍ରୋଜେକ୍ଟର ମୂଳ ଲକ୍ଷ୍ୟ ଅଟେ।

Leave a Reply

Your email address will not be published. Required fields are marked *