ପାପଡାହାଣ୍ଡି ପୋଲିସ ଦ୍ୱାରା ଗୋରୁ ଚାଲାଣ ଟ୍ରକ ଜବତ, 2ଅଭିଯୁକ୍ତ ଗିରଫ
, ପାପଡାହାଣ୍ଡି-// 23/05/2025// (ଉତ୍କଳ ସମାଚାର): //ପାପଡାହାଣ୍ଡି ପୋଲିସ ଦ୍ୱାରା 26 ନଂ ଜାତୀୟ ରାଜପଥ ରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ଟ୍ରକ ପୋଲିସକୁ ଦେଖି ଦ୍ରୁତ ଗତିରେ ଯାଉଥିବା ବେଳେ, ଟ୍ରକକୁ ପୋଲିସ ପିଛା କରି ଅଟକାଇ ହାଇଦ୍ରାବାଦକୁ ଚାଲାଣ ହଉଥିବା 14 ଟି ଗୋରୁ ଉଦ୍ଧାର କରି ମାଝୀଧନୁଆ ସ୍ଥିତ ଗୋଶାଳା ରେ ରଖା ଯାଇଥିବା ବେଳେ 2 ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଏବଂ ଗୋରୁ ଚାଲାଣ କରାଯାଉଥିବା ଟ୍ରକ କୁ ଜବତ କରିଛି ପାପଡାହାଣ୍ଡି ପୋଲିସ, ଦୁଇ ଅଭିଯୁକ୍ତ ହେଲେ ହାଇଦ୍ରାବାଦ ରଙ୍ଗାରେଡି ଜିଲ୍ଲା ର ମହମ୍ମଦ ହାମଜା ଏବଂ ଡ଼େଙ୍ଗାଗୁଡ଼ା ର ସହଦେବ ହରିଜନ, ଗୋରୁ ଗୁଡିକ ଡ଼େଙ୍ଗାଗୁଡ଼ା ରୁ ହାଇଦ୍ରାବାଦ କୁ ଟ୍ରକ ରେ ଚାଲାଣ ହେଉଥିବା ଜଣାପଡିଛି l
