ମହାନଗରମୁଖ୍ୟ ଖବରରାଜ୍ୟ

ଆଗାମୀ ୨୦୨୪ନିର୍ବାଚନ ପାଇଁ ବିଲେଇଗଡ଼ ଠାରେ ଅନୁଷ୍ଠିତ ହେଲା ଜିଲ୍ଲା କଂଗ୍ରେସ ସମାବେଶ

ରାଜଗାଙ୍ଗପୁର,୨୨/୧ (ଉତ୍କଳ ସମାଚାର) (ସୁବାଷ ବେହେରା) : ଆଗାମୀ ୨୦୨୪ନିର୍ବାଚନ କୁ ଆଖି ଆଗରେ ରଖି ସୁନ୍ଦରଗଡ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ରାଜଗାଙ୍ଗପୁର ବିଧାନସଭା ଅନ୍ତର୍ଗତ ବିଲେଇ ଗଡ ଠାରେ ରବିବାର ଦିନ ଏକ ସମାବେଶ ର ଆୟୋଜନ କରାଯାଇଥିଲା। ଉକ୍ତ ସମାବେଶ ରେ ରାଜଗାଙ୍ଗପୁର ବିଧାୟକ ଡାକ୍ତର ସି.ଏସ.ରାଜେନ ଏକ୍କା ଯୋଗଦେଇ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଯୁବ କଂଗ୍ରେସ କର୍ମୀ ଙ୍କୁ ଆହ୍ବାନ ଦେଇଥିଲେ। ସୁନ୍ଦରଗଡ ଜିଲ୍ଲା ର ରାଜଗାଙ୍ଗପୁର ବିଧାନ ସଭା ଟି କଂଗ୍ରେସ ଦଳର ଏକ ଗଡ ହୋଇଥିବା ବେଳେ ସମସ୍ତେ ଏକତ୍ରିତ ହୋଇ ଲଢ଼ିଲେ ଆଗାମୀ ୨୦୨୪ନିର୍ବାଚନ ରେ ଜିଲ୍ଲା ର ୭ଟି ଯାକ ଆସନ ଓ ଲୋକସଭା ଆସନ ଟି କଂଗ୍ରେସ ହାତକୁ ଆସିବ ବୋଲି କହିଥିଲେ। ବିଧାୟକ ବିଜେପି ଓ ବିଜେଡ଼ି ଦଳ ଧାର୍ମିକ ରାଜନୀତି କରୁଥିବା ରୁ ଲୋକଙ୍କୁ ଏ ବିଷୟରେ ସଚେତନ କଲେ କଂଗ୍ରେସ ପାର୍ଟି କୁ ସୁଫଳ ମିଳିବ ବୋଲି ମତ ଦେଇଥିଲେ। ନବୀନ ସରକାର ଓ ମୋଦୀ ସରକାର ଆଦିବାସୀଙ୍କ ଜମିକୁ ଜୋରଜବରଦସ୍ତ ଅଧିଗ୍ରହଣ କରି ବିଭିନ୍ନ କମ୍ପାନୀ ଙ୍କ ହାତକୁ ଟେକି ଦେଉଥିବ ଅଭିଯୋଗ କରି ଏ ବାବଦ ରେ ଲୋକଙ୍କୁ ସଚେତନ କରାଇବା ପାଇଁ କର୍ମୀ ଙ୍କୁ ଅବଗତ କରିଥିଲେ। ଉକ୍ତ ସମାବେଶ ରେ ଡାକ୍ତର ସି ଏସ ରାଜେନ ଏକ୍କା, ଜନାର୍ଦ୍ଦନ ଦେହୁରୀ,ଡିଷ୍ଟିକ କଂଗ୍ରେସ କୋମେଟି ସଭାପତି ରାଜା ହେମତ,(ଇଣ୍ଡିଆନ ଯୁବ କଂଗ୍ରେସ) ଇଞ୍ଚଚାର୍ଜ ଲୋକସଭା, ଅଭିନବ ଭଗତ (ଇଣ୍ଡିଆନ ଯୁବ କଂଗ୍ରେସ) ଜେନେରାଲ ସେକ୍ରେଟ୍ରି ସୁନ୍ଦରଗଡ ଓ ରାଜଗାଙ୍ଗପୁର ଏ ୱାଇ ସି ସଭାପତି ଆସିଫ ରାଜା, ସୁନ୍ଦରଗଡ ଡି ୱାଈ ଏସ ସଭାପତି ଅସିତ୍ ରାଜା, ଦେବରଞ୍ଜନ ବିନୋଦ, ରୋନକ ମିଞ୍ଜ, ସନ୍ତୋଷ, ସୁଧୀର ତନ୍ତୀ, କମ୍ରିତ୍ ତିର୍କୀ, ଆଲବର୍ଟ କିଣ୍ଡୋ, ଜୟପ୍ରକାଶ ବାଦି, ହୃଦୟ ସିଂ, ଅରୁଣ ସାମଲ, ପ୍ରଫୁଲ୍ଲ କୁମାର ଉପପାଧାୟ ଯୋଗ ଦେଇ ଆସନ୍ତା ନିର୍ବାଚନ ରେ କର୍ମୀଙ୍କୁ ଏକତ୍ରି ଲଢେଇ କରି କଂଗ୍ରେସ ଦଳକୁ ବିଜୟ କରିବା ପାଇଁ ଆହ୍ବାନ ଦେଇଥିଲେ। ବକ୍ତା ମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ଅଭିଯୋଗ ଆଣି ନିର୍ବାଚନ ରେ ଲୋକଙ୍କ ପାଖକୁ ଯିବା ପାଇଁ ଆହ୍ବାନ ଦେଇଥିଲେ। କଂଗ୍ରେସ ନେତା ମାନେ ରାଜଗାଙ୍ଗପୁର ବିଧାୟକ ଡାକ୍ତର ସି. ଏସ. ରାଜେନ ଏକ୍କା ଙ୍କୁ ଭୂରି ଭୂରି ପ୍ରଶଂସା କରିବା ସହିତ ବିଧାୟକ ଏକ ମାତ୍ର ନେତା ଯିଏ କି ଆଗାମୀ ନିର୍ବାଚନ ରେ କଂଗ୍ରେସ ଦଳ କୁ ଜିତେଇ ପାରିବେ ବୋଲି ମତ ଦେଇଥିଲେ। ରାଜ୍ୟ ସରକାର ଙ୍କ ବିରୁଦ୍ଧରେ ସେ ହିଁ ଜନମତ ସୃଷ୍ଟି କରିପାରିବେ ବୋଲି ମତ ଦେଇଥିଲେ। ଉକ୍ତ ସମାବେଶ ରେ ବିଧାୟକ ଏକ୍କା ମୁଖ୍ୟ କେନ୍ଦ୍ର ବିନ୍ଦୁ ଥିଲେ। କାର୍ଯ୍ୟକ୍ରମରେ ପାଖା ପାଖି ଦୁଇ ହଜାର କଂଗ୍ରେସ କର୍ମୀ ଯୋଗଦେଇଥିବା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *