ଖେଳମୁଖ୍ୟ ଖବରରାଜ୍ୟ

ଦେବୀରୁପାଙ୍କୁ ରୌପ୍ୟ

କେନ୍ଦୁଝର,୨୨/୧ (ଉତ୍କଳ ସମାଚାର): ୨୧/୦୧ ଜାନୁଆରୀ ୧୯ ରୁ ଜାନୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ଚାଲିଥିବା 40 ତମ ଜାତୀୟ ଟାଇକୁଣ୍ଡୁ ପ୍ରତିଯୋଗିତାରେ କେନ୍ଦୁଝରର ଦେବୀରୁପା ଦୀକ୍ଷିତ ରୋୖପ୍ୟ ପଦକ ହାସଲ କରିଛନ୍ତି। ରାଜସ୍ଥାନ ର ସୱାଇ ମାଧପୁର ଠାରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ଓଡିଶାରୁ ୧୯ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ସର୍ବଭାରତୀୟ ଟାଇକୁଣ୍ଡୁ ପ୍ରତି ଯୋଗୀତାରେ ମୋଟ 1200 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। କେନ୍ଦୁଝର ଜିଲ୍ଲା ରୁ ୪୯ କେଜି ବଳିକା ବିଭାଗରେ ଦେବୀରୂପା ଦୀକ୍ଷିତ ଏକମାତ୍ର ପ୍ରତି ଯୋଗୀ ଭାବେ ଯୋଗ ଦେଇ ଥିଲେ। ପୂର୍ବରୁ ବ୍ଲାକବେଲ୍ଟ ହାସଲ କରିଥିବା ଦେବୀରୁପା ଫାଇନାଲ ରାଉଣ୍ଡରେ ମୋଟ ୧୨ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ରୌପ୍ୟ ହାସଲ କରିଥିବା ବେଳେ ଝାଡ଼ଖଣ୍ଡର ଧନମୁନି କୁମାରୀ ଗୋଲ୍ଡ ଓ ମହାରାଷ୍ଟ୍ରର କୁମକୁମ୍ କୁମାରୀ କାଂସ୍ୟ ପଦକ ହାସଲ କରିଥିଲେ। ଦେବୀରୁପାଙ୍କୁ ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ମିଳିବାରେ ଲାଗିଛି । ଏହି ସଫଳତା ପାଇଁ ସେ ନିଜ ବାପା ମାଆଙ୍କ ପ୍ରେରଣା ସହ କୋଚ ମାଷ୍ଟର ଏମଡି ରମଜାନଙ୍କୁ ଶ୍ରେୟ ଦେଇଛନ୍ତି।

Leave a Reply

Your email address will not be published. Required fields are marked *