ମହାନଗରମୁଖ୍ୟ ଖବରରାଜ୍ୟ

ସେଲ ରାଉରକେଲା ଇସ୍ପାତ କାରଖାତା ଦ୍ଵାରା ରାଉରକେଲାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ

ରାଉରକେଲା,୨୧/୮(ଉତ୍କଳ ସମାଚାର):ସ୍ଵାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଅଗଷ୍ଟ ୧୪ ତାରିଖ ଦିନ ସନ୍ଧ୍ୟାରେ ସିଭିକ ସେଣ୍ଟର ଠାରେ ଆୟୋଜିତ ବର୍ଣ୍ଣାଢ୍ୟ ସମ୍ମାନ ସମାରୋହରେ ସେଲ ରାଉରକେଲା ଇସ୍ପାତ କାରଖାନା, ବିଭିନ୍ନ ବୋର୍ଡ ଦ୍ଵାରା ପରିଚାଳିତ ଦଶମ ଏବଂ ଦ୍ଵାଦଶ ପରୀକ୍ଷାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ରାଉରକେଲା ସହରର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରଯାଇଥିଲା । ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଶ୍ରୀ ଆଲୋକ ବର୍ମା ବିଭିନ୍ନ ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷାରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ୧୪ ଜଣ ଛାତ୍ରଛାତ୍ରୀଙ୍କୁ ଶ୍ରେଷ୍ଠ ଏକାଡେମିକ ପ୍ରଦର୍ଶନ ପୁରସ୍କାର – ୨୦୨୪ ପ୍ରଦାନ କରିଥିଲେ । ଶ୍ରେଷ୍ଠ ଏକାଡେମିକ ପ୍ରଦର୍ଶନ ପୁରସ୍କାର ଦଶମ ଶ୍ରେଣୀ ବର୍ଗରେ ସରସ୍ଵତୀ ବିଦ୍ୟାମନ୍ଦିର ପ୍ରତୀକ ପଲାଇ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ଅନୁଷ୍ଠିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଶ୍ରେଷ୍ଠତା ପାଇଁ ପୁରସ୍କୃତ ହୋଇଥିଲେ। ସିଆଇଏସସିଇ ଦ୍ଵାରା ଅନୁଷ୍ଠିତ ଆଇସିଏସଇ ପରୀକ୍ଷାରେ ଯୁଗ୍ମ ଟପ୍ସର ହୋଇଥିବା ସେଣ୍ଟ ଯୋଶେଫ କନଭେନ୍ଟ ସ୍କୁଲର ମିହିକା ଅଗରୱାଲ ଏବଂ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ସୁମନ୍ତ କନିଷ୍କ ଧଳ ପୁରସ୍କୃତ ହୋଇଥିଲେ ।
ସିବିଏସ୍‌ଇ ନୂଆଦିଲ୍ଲୀ ଦ୍ଵାରା ପରିଚାଳିତ ଏଆଇଏସଏସଇ ପରୀକ୍ଷାରେ ଉତ୍କର୍ଷତା ପାଇଁ ସେଣ୍ଟ ପଲ ସ୍କୁଲର ଦେବବ୍ରତ ପଣ୍ଡା ଓ ସେକ୍ଟର-୫ ସ୍ଥିତ ଦୀପିକା ଇଙ୍ଗ୍ଲିଶ ମିଡିଅମ ସ୍କୁଲର ଅନ୍ଵେଷା ଶତପଥୀ ପୁରସ୍କୃତ ହୋଇଥିଲେ। ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ ପରିଷଦ ଅଧୀନରେ ଆୟୋଜିତ ଯୁକ୍ତ ଦୁଇ ବିଜ୍ଞାନ ଷ୍ଟ୍ରିମରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଉରକେଲାର ରୋମା କୁମାରୀ ରଜାକ ଏବଂ କଳାରେ ଉକ୍ତ ବିଦ୍ୟାଳୟର ନନ୍ଦିନୀ କୁମ୍ଭାର
ତଥା ବାଣିଜ୍ୟ ଷ୍ଟ୍ରିମରେ ମିଉନିସିପାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିୟଦର୍ଶିନୀ ମହାନ୍ତି ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ପୁରସ୍କାର ଲାଭ କରିଥିଲେ।
ସିବିଏସ୍‌ଇ ବୋର୍ଡ ଆୟୋଜିତ ବିଜ୍ଞାନ, କଳା ଏବଂ ବାଣିଜ୍ୟ ଦ୍ୱାଦଶ ପରୀକ୍ଷାର ଶୀର୍ଷ ସ୍ଥାନ ଲାଭ କରିଥିବା ଦୀପିକା ଇଙ୍ଗ୍ଲିଶ ମିଡିଅମ ସ୍କୁଲର ଅନିନ୍ଦିତା ଭୂୟାଁ ଓ ଦିଲ୍ଲୀ ପବ୍ଲିକ୍ ସ୍କୁଲ ରାଉରକେଲାର ଧରିତ୍ରୀ ପରମାର ଏବଂ ଆଦିତ୍ୟ ପ୍ରସାଦ ପୁରସ୍କୃତ ହୋଇଥିଲେ। ଆଇଏସସି ବୋର୍ଡ ପରୀକ୍ଷାରେ ସର୍ବାଧିକ ଏଗ୍ରିଗେଟ୍ ପାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ, ବାଣିଜ୍ୟ ଏବଂ କଳା ଷ୍ଟ୍ରିମରେ ହମୀରପୁର ସେଣ୍ଟ ଯୋଶେଫ ସ୍କୁଲର ଆୟୁସୀ କୁମାରୀ , ବରୀ ମନୋଜ୍ଞା ଓ ଚନ୍ଦ୍ରେସା ଦାଶ ପୁରସ୍କାର ଲାଭ କରିଥିଲେ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୧୦ ହଜାର ଟଙ୍କା ନଗଦ ପୁରସ୍କାର ସହିତ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା।
ମିହିକା ଅଗରୱାଲ , ସାମନ୍ତ କନିଷ୍କ ଧଳ ଏବଂ ଦେବବ୍ରତ ପଣ୍ଡାଙ୍କୁ ମଧ୍ୟ ୧୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ
କରାଯାଇଥିଲା।
ବିଭିନ୍ନ ବୋର୍ଡ ପରୀକ୍ଷାରେ ନିଜ ନିଜ ବିଦ୍ୟାଳୟରେ ଟପ୍ପର ହୋଇଥିବାରୁ ଆରଏସପି ପରିଚାଳିତ ବିଦ୍ୟାଳୟର
ସାତ ଜଣ ଛାତ୍ରଛାତ୍ରୀ ନେହେରୁ ମେମୋରିଆଲ୍ ପୁରସ୍କାର ମଧ୍ୟ ପାଇଥିଲେ। ଦଶମ ଶ୍ରେଣୀରେ ଶୀର୍ଷ ସ୍ଥାନ ଲାଭ

କରିଥିବା ଆଇଇଏମଏସ , ସେକ୍ଟର ୨୦ର ଆଶ୍ଳେଷା ସାହୁ , ଆଇଇଏମଏସ, ସେକ୍ଟର ୨୨ ର ସ୍ନେହା ସିଂ, ଦୀପିକା
ଇସ୍ପାତ ଶିକ୍ଷା ସଦନର ଶୁଭଲକ୍ଷ୍ମୀ ସାହୁ ପୁରସ୍କାର ଲାଭ କରିଥିଲେ। ଦ୍ଵାଦଶ ବୋର୍ଡ ପରୀକ୍ଷା ନିମନ୍ତେ ବିଜ୍ଞାନ ଷ୍ଟ୍ରିମରେ,
ଖୁସି ଚୌଧୁରୀ , କଳାରେ ଖୁସି ନେତି ଓ ବାଣିଜ୍ୟରେ ସେକ୍ଟର – ୧୯ ସ୍ଥିତ ଇସ୍ପାତ ବିଦ୍ୟାମନ୍ଦିରର ସଞ୍ଚିତା ପାଣିଗ୍ରାହୀ
ପୁରସ୍କାର ଲାଭ କରିଥିଲେ। ଦ୍ଵାଦଶ ପରୀକ୍ଷାରେ ଟପର ହୋଇଥିବା ସେକ୍ଟର-୨୦ ସ୍ଥିତ ଆଇଇଏମଏସ ର ସୁପ୍ରିୟା ସାହୁ
ମଧ୍ୟ ଏହି ଅବସରରେ ପୁରସ୍କୃତ ହୋଇଥିଲେ । ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୩୦୦୦ ଟଙ୍କା ନଗଦ ପୁରସ୍କାର ଓ ମେରିଟ୍‌
ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *