‘ଆଇନଗତ ସଫେଇ ସୁରକ୍ଷିତ ସଫେଇ’ର ସଚେତନତା ରଥର ଶୁଭାରମ୍ଭ
ରାଉରକେଲା,୨୩/୮(ଉତ୍କଳ ସମାଚାର):ସୁରକ୍ଷିତ ଭାବେ ସ୍ୱେରେଜ ନାଳ କିମ୍ବା ପାଇଖାନା ଟାଙ୍କି ସଫେଇକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ‘ଆଇନଗତ ସଫେଇ ସୁରକ୍ଷିତ ସଫେଇ’ ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନ ଜାରି ରହିଥିବା ବେଳେ ଆଜି ଏହି ଅନ୍ତର୍ଗତ ଏକ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ରାଉରକେଲା ମହାନଗର ନିଗମ ଆୟୁକ୍ତ ଦୀନା ଦସ୍ତଗୀ ।ର୍ ଉକ୍ତ କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗମର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ । ଏହା ସହ ସଚେତନତା ବାର୍ତା ମଧ୍ୟ ଲୋକମାନଙ୍କୁ ଦିଆଯାଇଥିଲା ।ଏହି ସଚେତନତା ରଥ ରାଉରକେଲା ମହାନଗର ନିଗମର ବିଭିନ୍ନ ୱାର୍ଡ ପରିକ୍ରମା କରିବା ସହ ଜନସାଧାରଣଙ୍କୁ ପାଇଖାନା ଟାଙ୍କି ସଫେଇ ସମୟରେ ୧୪୪୨୦ (ଦେୟମୁକ୍ତ) ନମ୍ବରରେ ଫୋନ୍ କରି ମହାନଗର ନିଗମରୁ ସ୍ୱୀକୃତିପ୍ରାପ୍ତ ହୋଇଥିବା ସଫେଇ ସଂସ୍ଥାର ସେଶପୁଲ ଗାଡ଼ି ଏବଂ ତାଲିମପ୍ରାପ୍ତ ସଫେଇ କର୍ମଚାରୀଙ୍କୁ ବ୍ୟବହାର କରିବା ପାଇଁ ସଚେତନ କରିବ ।
