ଝିରପାଣି–ଜବାଘାଟ ରାସ୍ତାରେ ଆବର୍ଜନା ଓ ପାଣି ଜମା ହେଉ ଥିବାରୁ ରାସ୍ତାର ଜର୍ଜର ଅବସ୍ଥା
ରାଉରକେଲା:3//9,:(ଉତ୍କଳ ସମାଚାର): ଝିରପାଣିରୁ ଜବାଘାଟ ଓ ଅନ୍ୟାନ୍ୟ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଜମସେରା ନାଳ ନିକଟରେ ରାସ୍ତାର ଅବସ୍ଥା ଦୀର୍ଘଦିନ ଧରି ଅତି ଶୋଚନୀୟ ହୋଇ ପଡ଼ିଥିଲା। ଝିରପାଣି ନିର୍ମଳ ଗ୍ରାମପଞ୍ଚାୟତର କିଛି ଲୋକ ଟ୍ରକ୍ରେ ମାଟି ଏବଂ ଅଳିଆ ଆବର୍ଜନା ସେଠାରେ ପକାଇ ଦେଇ ଥିବାରୁ ବର୍ଷାରେ ପାଣି ଜମି ରାସ୍ତାରେ କାଦୁଅ , ପାଣି ଜମି ରହିଥିଲା।ଫଳରେ ପ୍ରତିଦିନ ଛୋଟ-ଛୋଟ ଅଘଟଣା ଘଟୁଥିବା ସହିତ ଯାତ୍ରୀମାନେ ଅସୁବିଧାରେ ପଡ଼ୁଥିଲେ। ଏହି ରାସ୍ତା ଦେଇ ଲକ୍ଷ୍ମୀ ବସ୍ ମଧ୍ୟ ଯାତାୟତ କରିଥାଏ। ଏହି ଏରିଆ ବିଶ୍ରା ବ୍ଲକ୍କୁ ସଂଯୋଗ କରୁ ଥିବାରୁ ଲୋକ ମାନଙ୍କ ଯିବା ଆସିବାରେ ବହୁ ସମସ୍ୟା ସୃଷ୍ଟି ହେଉଥିଲା। ଗ୍ରାମବାସୀଙ୍କ କହିବା ଅନୁଯାୟୀ ବାରମ୍ବାର ଅଭିଯୋଗ ସତ୍ତେ ବି ଝିରପାଣି ଓ ଜମସେରା ସରପଞ୍ଚମାନେ କୌଣସି ପଦକ୍ଷେପ ନେଇନଥିଲେ। ପରେ ଗ୍ରାମବାସୀ ଓ ସ୍ଥାନୀୟ ସରକାରୀ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନେ ଫୋନ୍ରେ ଅବଗତ କରିବା ପରେ ସେଠାକାର ସମାଜସେବୀ ଭୁବନେଶ୍ଵର ଦ୍ବିବେଦୀ , ଅମୂଲ୍ୟ କୁମାର ଆଚାର୍ଯ୍ୟ , ସଜନ ନାଗ ପ୍ରମୁଖ ଜେ ସି ବି ଯୋଗେ ରାସ୍ତା ପଡ଼ିଥିବା ମାଟି ଓ ଆବର୍ଜନା ସଫା କରିଥିଲେ।ଏବେ ସେଠାରେ ପାଣି ଜମିବା ସମସ୍ୟାର କିଛିଟା ସମାଧାନ ହୋଇ ପାରିବ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆଶା ଦେଖାଦେଇଛି।
