ମହାନଗରମୁଖ୍ୟ ଖବରରାଜ୍ୟ

ମିଳିତ ଅସ୍ପର୍ଶ ଅନୁସୂଚିତ ଜାତି ସଂଗଠନ ଓଡିଶା ପକ୍ଷରୁ ସାଧାରଣ ସଭା

ବରଗଡ଼,୬/୯(ଉତ୍କଳ ସମାଚାର): -:ଆଜି ବରଗଡ଼ ଟାଉନ ହଲ ଠାରେ ମିଳିତ ଅସ୍ପର୍ଶ ଅନୁସୂଚିତ ଜାତି ସଂଗଠନ ଓଡିଶା ପକ୍ଷରୁ ଚଉଦ ଗୋଟି ଜିଲ୍ଲାରୁ ଶତାଧିକ ପ୍ରତିଷ୍ଠିତ ଦଳିତ ବ୍ୟକ୍ତିଙ୍କ ପକ୍ଷରୁ ଏକ ସାଧାରଣ ସଭା ଆୟୋଜନ ହୋଇଥିଲା l ଯେଉଁଥିରେ ଓଡିଶାର ଜାଲ ଜାତିଗତ ସାର୍ଟିଫିକେଟ ଏବଂ ଦଳିତ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ ହୋଇଥିଲା l ଉପସ୍ଥିତ ସମସ୍ତ ବ୍ୟକ୍ତି ଓଡିଶା ର ଅସାମ୍ବିଧାନିକ ଉପାୟ ରେ ଅନୁସୂଚିତ ଜାତି ରେ ସାମିଲ ହେବା ଉପରେ ଗଭୀର ଆଲୋଚନା ହୋଇଥିଲା l ଏବଂ ବିଭିନ୍ନ ସମସ୍ୟା କୁ ଓଡିଶାର ପ୍ରଥମ ବ୍ୟକ୍ତି ଡିଙ୍ଗର କୁମ୍ଭାର ପାଟଣାଗଡ଼ ର ବାସିନ୍ଦା ନିର୍ଭୀକତାର ସହିତ ଲୋକଲୋଚନକୁ ଆଣି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଙ୍କ ବିରୋଧରେ ଆଣିଛନ୍ତି ସଂଗୀନ ଅଭିଯୋଗ l ଜଣେ ବ୍ୟକ୍ତି ଙ୍କ ନାମରେ ଦୁଇ ଦୁଇଟି ଜାଲ ସାର୍ଟିଫିକେଟ କେମିତି ହେଲା ତାକୁ ନେଇ କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ l ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ ପଢିବା ସମୟରେ ଜାତି କେଉଟ ସାର୍ଟିଫିକେଟ ହାତେଇଥିବା ବେଳେ ପରବର୍ତ୍ତୀ ସମୟରେ ଜାତି ଦେୱାର ସାର୍ଟିଫିକେଟ ମଧ୍ୟ ହାତେଇଥିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି l ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ ଙ୍କ ଜାଲ ଜାତିଗତ ପ୍ରମାଣପତ୍ର ହାତେଇ ପାଠ ପଢିବା ଓ ପରେ ସରକାରୀ ଚାକିରୀ ଓ ଅନ୍ୟାନ ସରକାରୀ ସୁବିଧା ହାସଲ କରିଛନ୍ତି l ମନ୍ତ୍ରୀ ଙ୍କ ଯଥେଷ୍ଟ ପ୍ରମାଣ ଥିଲେ ସୁଦ୍ଧା ପୋଲିସ ଏତେଲା ରୁଜୁ କରୁନାହଁ l ମନ୍ତ୍ରୀ କଣ ଆଇନ ର ଉର୍ଦ୍ଧରେ କି ବୋଲି ପ୍ରଶ୍ନ କରୁଛନ୍ତି ସାଧାରଣ ଜନତା l ତୁରନ୍ତ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ନଚେତ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରନ୍ତୁ ବୋଲି ଡିଙ୍ଗର କୁମ୍ଭାର ଓ ଦଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି କରାଯାଉଛି l କିଛିଦିନ ତଳେ ବରଗଡ଼ ରେ ଏକ ପ୍ରେସ ମିଟ ମଧ୍ୟ କରିଥିଲେ ପାଟଣାଗଡ ର ଡିଙ୍ଗର କୁମ୍ଭାର l ମନ୍ତ୍ରୀ ମୁକେଶ ମହାଳିଙ୍ଗ ଙ୍କ ଜାଲିଆତି କୁ ନେଇ ଡିଙ୍ଗର କୁମ୍ଭାର କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ l ମନ୍ତ୍ରୀ ଙ୍କ ଏଭଳି କାରସାଦି ଧରାପଡିବା ପରେ ରାଜ୍ୟବ୍ୟାପି ଆନ୍ଦୋଳନ ହୋଇଥିଲା l ବାରମ୍ବାର ଆନ୍ଦୋଳନ ହେଲେ ସୁଦ୍ଧା ରାଜ୍ୟସରକାର ମନ୍ତ୍ରୀ ଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ପୁନର୍ବାର ଶ୍ରୀ କୁମ୍ଭାର ପଦ୍ମପୁର ଥାନାରେମନ୍ତ୍ରୀ ଙ୍କ ବିରୋଧରେ ଅଭିଯୋଗ କରିଥିଲେ l ମାତ୍ର ମାମଲା ରୁଜୁ କରାଗଲା ନାହିଁ l ପରେ ହାଇକୋର୍ଟ ପଦ୍ମପୁର ଏସ.ଡି.ଯେ.ଏମ କୋର୍ଟ ରେ ମାମଲା ର ବିଚାର ପାଇଁ ନିର୍ଦେଶ ଦେଇଥିଲେ l ପରବର୍ତ୍ତୀ ସମୟରେ ଏସ.ଡି.ଯେ. ଏମ. କୋର୍ଟ ପଦ୍ମପୁର ପୋଲିସ କୁ ତଦନ୍ତ କରିବା ପାଇଁ ନିର୍ଦେଶ ଦେଇଛନ୍ତି l ଓଡ଼ିଶାରେ ବିଭିନ୍ନ ଦଳିତ ସଂଗଠନ ତରଫରୁ ଡିଙ୍ଗର କୁମାର ଙ୍କ ନେତୃତ୍ଵରେ ଏକ ସାମୁହିକ ଦଳିତ ସଂଗଠନ (ପଶ୍ଚିମ ଦକ୍ଷିଣ ଓଡିଶା ଅନୁସୂଚିତ ଜାତି ସୁରକ୍ଷା ଏବଂ ଉନ୍ନୟନ ମିଳିତ ମହା ସଂଗଠନ) ଗଠନକୁ ପ୍ରସ୍ତାବ ଦିଆଯାଇଛି l ଏହି ସଂଗଠନ ରେ ପ୍ରତେକ ଦଳିତ ପରିବାର ରୁ ସଦସ୍ୟ ସଂଗ୍ରହ କରାଯିବ ଯୁବକ ଛାତ୍ର ମହିଳା ଙ୍କୁ ସକ୍ରିୟ ସଦସ୍ୟ ରୂପେ ସଂଗ୍ରହ କରାଯିବ. ବରିଷ୍ଠ ଏବଂ ପ୍ରତିଷ୍ଠିତ ବ୍ୟକ୍ତି ଙ୍କ ସହଯୋଗରେ ସଂଗଠନ କୁ ମଜବୁତ୍ କରାଯିବ. ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଙ୍କୁ ମଧ୍ୟ ନିଜ ରାଜନୈତିକ ଦଳର ବିନା ସ୍ବାର୍ଥରେ ରହି ସଂଗଠନ କୁ ମଜବୁତ କରିବା ପାଇଁ ଅନୁରୋଧ କରାଯିବ l ଏ ନେଇ ଆଜି ବିଜୁ ପଟନାୟକ ଟାଉନ ହଲରୁ ଏକ ଶୋଭାଯାତ୍ରା ବାହାରି ବରଗଡ଼ ଆରକ୍ଷୀ ଅଧିକ୍ଷକ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଲ ଏବଂ ଆଗାମୀ ବାର ତାରିଖ ଭିତରେ ଯଦି ସ୍ୱାସ୍ଥ୍ୟ ମନ୍ତ୍ତୀ ମୁକେଶ ମହାଳିଙ୍ଗ ଙ୍କୁ ଗିରଫ କରା ନ ଯାଏ ତେବେ ପରବର୍ତ୍ତୀ ସମୟରେ ମନ୍ତ୍ରୀ ମୁକେଶ ମହାଳିଙ୍ଗ ଙ୍କ ନିର୍ବାଚନ ମଣ୍ଡଳୀ ଲୋଇସିଂହା ଠାରେ ହଜ଼ାର ହଜ଼ାର ସଂଖ୍ୟାରେ ଲୋକ ଜମା ହୋଇ ଏକ ବିରାଟ ଶୋଭାଯାତ୍ରା କରିବେ ଏବଂ ଦରକାର ପଡିଲେ ଆଇନ କୁ ମଧ୍ୟ ହାତକୁ ନେବେ ବୋଲି ରୋକ ଠୋକ କହିଛନ୍ତି କେଉଁଟ, ଧୀବର ହଟାଓ ଅଭିଯାନ ର ରାଜ୍ୟ ଆବାହକ ଡିଙ୍ଗର କୁମ୍ଭାର l ଏହି ସଭାରେ ନରେନ୍ଦ୍ର ନାୟକ, ଉରକୁଲୁ ତାଣ୍ଡି, ଡୋଲାମଣୀ କନ୍ଧେର, ଆଇନଜୀବୀ ମୃତୁଞ୍ଜୟ ନାୟକ, ଆଇନଜୀବୀ ଛବିଳ ନିଆଲ, ପିତାମ୍ବର ଲୁହା, ବାଳକୃଷ୍ଣ ନାଗ ଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ସାମିଲ ଥିଲେ l

Leave a Reply

Your email address will not be published. Required fields are marked *