ମହାନଗରମୁଖ୍ୟ ଖବରରାଜ୍ୟ

ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମ ରେ ଆରମ୍ଭ ହେଲା ଦୁଇ ଦିବସୀୟ କ୍ଷେତ୍ରୀୟ ବନବିଭାଗ କ୍ରୀଡା ସମ୍ମିଳନୀ

ରାଉରକେଲା,୧୯/୯(ଉତ୍କଳ ସମାଚାର):ଆଜି ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମ ରେ ଦୁଇ ଦିବସୀୟ କ୍ଷେତ୍ରୀୟ ବନବିଭାଗ କ୍ରୀଡା ସମ୍ମିଳନୀ ଆରମ୍ଭ ହୋଇଛି। ଚଳିତବର୍ଷ ଏହି କ୍ଷେତ୍ରୀୟ କ୍ରୀଡା ସମ୍ମିଳନୀ ରେ ୨୮ ଟି ବନ ଉପଖଣ୍ଡ ର ୩୫୦ ଜଣ ଖେଳାଳି ମାନେ ଭାଗ ନେଇଛନ୍ତି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆରସିସିଏଫ୍ ସମ୍ବଲପୁର ଟି. ଅଶୋକ କୁମାର ଯୋଗ ଦେଇ ଧ୍ବଜ୍ଜା ଉତ୍ତୋଳନ ସହ ମଶାଲ ଜଳାଇ ଏହି କ୍ରୀଡା ଉତ୍ସବ ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅନ୍ୟାନ୍ୟ ଅତିଥି ଭାବେ ଆରସିସିଏଫ୍ ରାଉରକେଲା ରାମାସ୍ବାମୀ ପି. ସିଏଫ କେନ୍ଦୁଲିଫ୍ ସମ୍ବଲପୁର ସୁଦର୍ଶନ ବେହେରା,ଏନ୍ଆଇଟି ରାଉରକେଲା ନିର୍ଦେଶକ ପ୍ରଫେସର କେ ଉମା ମହେଶ୍ୱର ରାଓ, ଏସପି ଭିଜିଲାନ୍ସ ଏସ ଏନ ପାଣିଗ୍ରାହୀ ରାଉରକେଲା ଡିଏଫଓ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ବନ ଉପଖଣ୍ଡ ରୁ ଆସିଥିବା ଖେଳାଳି ମାନଙ୍କ ଦ୍ଵାରା ପ୍ଯାରେଡ ର ସଲାମୀ ମୁଖ୍ୟ ଅତିଥି ଓ ଅନ୍ୟାନ ଅତିଥି ମାନେ ଗ୍ରହଣ କରିଥିଲେ। ପ୍ରାରମ୍ଭ ରେ ୫୦୦୦ ମିଟର ଦୌଡ଼ ପ୍ରତିଯୋଗିତା ଉଭୟ ପୁରୁଷ ଓ ମହିଳା ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଉଦଘାଟନୀ ଉତ୍ସବ ର କାର୍ଯ୍ୟକ୍ରମ କୁ ଏସିଏଫ୍ ଲିଟଲ ସାହାଣୀ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *