ସ୍ୱଚ୍ଛତା ସଚେତନତା ଶୋଭାଯାତ୍ରା ସହିତ ରାଉରକେଲାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
ରାଉରକେଲା:3//10,(ଉତ୍କଳ ସମାଚାର): ଆଜି ସ୍ବଚ୍ଛତା ଶୋଭାଯାତ୍ରା ସହିତ ରାଉରକେଲା ସହରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ସହରର ମୁଖ୍ୟ ପ୍ରବେଶ ପଥ, ପାନପୋଷ ଛକଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ସ୍ବଚ୍ଛତା ଶୋଭାଯାତ୍ରା ସହିତ ଆସି ମାଲ୍ୟାର୍ପଣ କରିଥିଲେ। ସେହିପରି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ସ୍ବଚ୍ଛତା ଶୋଭାଯାତ୍ରା ସହିତ ପାନପୋଷ ଛକରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ସ୍ୱଚ୍ଛତା ହିଁ ସେବା ପରିପ୍ରେକ୍ଷୀରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଦୈନନ୍ଦିନ ଜୀବନରେ ସ୍ୱଚ୍ଛତା ଗ୍ରହଣ କରିବା, ପ୍ଲାଷ୍ଟିକ୍ ବ୍ୟବହାର ପରିହାର କରିବା ଏବଂ ବର୍ଜ୍ୟବସ୍ତୁ ପରିଚାଳନାକୁ ପ୍ରୋତ୍ସାହିତ କରିବା ବାର୍ତ୍ତା ପ୍ରସାର କରି ରାଉରକେଲା ସ୍ୱୟଂଶାସିତ ମହାବିଦ୍ୟାଳୟରୁ ପାନପୋଷ ଛକ ପର୍ଯ୍ୟନ୍ତ ଏକ ଗଣ ସଚେତନତା ରାଲି ଆୟୋଜିତ ହୋଇଥିଲା। ଏଥିରେ ରାଉରକେଲା ମହାନଗର ନିଗମ କମିଶନର ଦୀନାଃ ଦସ୍ତଗୀରଙ୍କ ସମେତ ବରିଷ୍ଠ ଆରଏମସି ଅଧିକାରୀ, କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଏବଂ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ସ୍ୱଚ୍ଛତା ଉପରେ ସଚେତନତା ସୃଷ୍ଟି କରି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ।ଏହି ସଚେତନତା ଶୋଭାଯାତ୍ରା ସହିତ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଏବଂ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ପାନପୋଷ ଛକଠାରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ କରିଥିଲେ।
