Uncategorized

ଗାନ୍ଧୀ ଜୟନ୍ତୀରେ ପାନପୋଷ ଛକଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ମାଲ୍ୟାର୍ପଣ

ରାଉରକେଲା:3//10,(ଉତ୍କଳ ସମାଚାର): ଗାନ୍ଧୀ ଜୟନ୍ତୀ ଅବସରରେ ସହରର ମୁଖ୍ୟ ପ୍ରବେଶ ପଥ, ପାନପୋଷ ଛକଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ମାଲ୍ୟାର୍ପଣ କରାଯାଇଛି । ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଉରକେଲା ଜିଲ୍ଲା କଂଗ୍ରେସ କମିଟିର ବରିଷ୍ଠ ନେତା ସବୀର ହୁସେନଙ୍କ ନେତୃତ୍ବରେ ବିଧାୟକ ପ୍ରାର୍ଥୀ ବିରେନ୍ଦ୍ର ନାଥ ପଟ୍ଟନାୟକ ଏବଂ କଂଗ୍ରେସର ବରିଷ୍ଠ ନେତୃବୃନ୍ଦ ଏକ ଶୋଭାଯାତ୍ରାରେ ଆସି ପାନପୋଷ ଛକରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଏହି ମାଲ୍ଯାର୍ପଣ ସମୟରେ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା ସବୀର ହୁସେନଙ୍କ ନେତୃତ୍ବରେ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା ବୀରେନ୍ଦ୍ର ନାଥ ପଟ୍ଟନାୟକ, ରବି ରାୟ, ରଶ୍ମି ପାଢୀ, ଅମିତ କୁମାର ବାରା, ଅଜୟ ଖାଲକୋଙ୍କ ସମେତ କଂଗ୍ରେସର ବହୁ ବରିଷ୍ଠ କର୍ମକର୍ତ୍ତା ଗାନ୍ଧୀ ଜୟନ୍ତୀରେ ପାନପୋଷ ଛକଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *