Uncategorized

ଅକ୍ଟୋବର ୨ ତାରିଖକୁ ସମଗ୍ର ଦେଶରେ ସ୍ବଚ୍ଛତା ଦିବସ ରୂପେ ପାଳନ

ରାଉରକେଲା 3/10,(ଉତ୍କଳ ସମାଚାର): ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ନରେନ୍ଦ୍ର ମୋଦି ଅକ୍ଟୋବର ୨ ତାରିଖ ମହାତ୍ମା ଗାନ୍ଧୀ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କ  ଜନ୍ମ ଦିବସକୁ ସ୍ୱଚ୍ଛତା ଦିବସ ରୂପେ ପାଳନ କରିବା ପାଇଁ ଦେଶ ବାସୀଙ୍କୁ ଆହ୍ୱାନ ଦେଇଥିଲେ। ସେହି ଦିନଠାରୁ ଅର୍ଥାତ୍ ଗତ ୨୦୧୪ ମସିହାଠାରୁ ଦେଶରେ ସ୍ଵଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ମଧ୍ୟ ପ୍ରାରମ୍ଭ କରାଯାଇଥିଲା। ସେହି ଦିନଠାରୁ ସମଗ୍ର ଦେଶବାସୀ ଆଜିର ଏହି ଦିବସକୁ ସ୍ୱଚ୍ଛତା ଦିବସ ରୂପେ ପାଳନ କରୁଛନ୍ତି ।  ଏହି ପରିପ୍ରେକ୍ଷୀରେ ଆଜି ରାଉରକେଲା ସାଂଗଠନିକ ଜିଲ୍ଲା ବିଜେପି ତରଫରୁ ରାଉରକେଲା  ସେକ୍ଟର-୧୮ ସ୍ଥିତ ଗାନ୍ଧୀ ପାର୍କରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତୀରେ ବିଜେପିର ନେତୃବୃନ୍ଦ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ତାଙ୍କର ଦେଶ ପ୍ରତି ଅବଦାନ ସମ୍ପର୍କରେ ଅବଗତ କରାଇ ସୃତି ଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେର୍କେଟା, ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ରାଜ୍ୟ ବିଜେପି ମୁଖପାତ୍ର ଧିରେନ୍ ସେନାପତି, ପ୍ରାକ୍ତନ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ,  ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ ପଟ୍ଟନାୟକ ଓ  ମଳୟ ମହାପାତ୍ର, ବରିଷ୍ଠ ନେତା  ଅଶୋକ ଲେଙ୍କା,  ଅକ୍ଷୟ ଦାସ,   ଅଜୟ ,  ଲଲାଟେନ୍ଦୁ ନାୟକ, ସନ୍ତୋଷ ବିରାଟ, ମନୋଜ୍ ପଟ୍ଟନାୟକ, ମଧୁବାବୁ  ମଣ୍ଡଳ  ସଭାପତି  ପ୍ରତିମା ରାଉତ୍, ଆମ୍ବେଦକର ମଣ୍ଡଳ ସଭାପତି ମନୋଜ ସ୍ୱାଇଁ,  ନମ୍ରତା ବାଗ, ରବୀନ୍ଦ୍ରନାଥ ବାରିକ୍, ଅଜୟ କୁମାର ରାଉତ୍, ଅଜୟ କୁମାର ପାତ୍ର, ଅଶ୍ୱିନ ବେହେରା,  ଶ୍ରୀକାନ୍ତ ପାଢ଼ୀ,  ହେମନ୍ତ ଜେନା, ତରୁଣ ତନ୍ତୀ, ଗାଡୁ ବାଗ, ଗୌତମ ବାଡା, ଅନନ୍ତ ଦାସ, ବାବୁଲି ବାରିକ, ପୁଷ୍ପାଲତା ସାହୁ, ମନୋଜ କୁମାର ସାହୁ, ପ୍ରତ୍ତାପ ଦେ, ନମିତା ସେନାପତି, ଗୀତାଞ୍ଜଳି ଜେନା, ସଂଯୁକ୍ତା ପାତ୍ର, ରବୀନ୍ଦ୍ର ରାଉତ୍, ପ୍ରଶାନ୍ତ ଲେଙ୍କା, ଖୁସବୁ ବଡାଇକ, ସରସ୍ଵତୀ ମହାନ୍ତ ,  ଫୁଲ୍ ମନି ତିର୍କି, ବାସୁ ସର୍ଘରିଆଙ୍କ ସମେତ ବହୁ କର୍ମୀ ଅଂଶଗ୍ରହଣ କରିଥିଲେ।    ଆମ୍ବେଦକର ମଣ୍ଡଳ ସଭାପତି ମନୋଜ ସ୍ୱାଇଁଙ୍କ ନେତୃତ୍ୱରେ ଗାନ୍ଧୀ ପାର୍କ ଓ      ମଧୁବାବୁ  ମଣ୍ଡଳ  ସଭାପତି  ପ୍ରତିମା ରାଉତଙ୍କ ନେତୃତ୍ୱରେ ସେକ୍ଟର-୮   ପୂଜା ପେଣ୍ଡାଲ ପରିସରରେ  ସଫେଇ କାର୍ଯ୍ୟକ୍ରମରେ ନେତୃବୃନ୍ଦ ଅଂଶଗ୍ରହଣ କରିଥିଲେ । ଉପସ୍ଥିତ  କର୍ମୀମାନେ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱଦେଶୀ ଖଦୀ  ପୋଷାକ ଓ କପଡ଼ା ବ୍ୟବହାର କରିବାକୁ ଶପଥ ନେଇଛନ୍ତି ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତି ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *