Uncategorized

ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇଟି ଘର

ପାପଡାହାଣ୍ଡି -3:10:25-(ଉତ୍କଳ ସମାଚାର):ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ପାଣ୍ଡିକୋଟ ପଂଚାୟତ ର ନୂଆଗୁଡା ଖ ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଦୁଇ ଜଣ ଲୋକ ଙ୍କ ଘର ଭାଙ୍ଗି ଯାଇଛି ଗ୍ରାମର ଭକ୍ତ ଦଳେଇଙ୍କ ଘର ଗତ କାଲିଠାରୁ ହେଉଥିବା ଲଗାଣ ବର୍ଷା ରେ ଭାଙ୍ଗିଯାଇଛି, ସେ ଜଣେ ଅତ୍ୟନ୍ତ ଗରିବ ଏବଂ ବି. ପି ଏଲ ରେ ଅନ୍ତର୍ଭୂକ୍ତ ତାଙ୍କର ଚାରୋଟି ପୁତ୍ର ଓ ସ୍ତ୍ରୀ ରହିଛନ୍ତି, ସେହିପରି ସଦନ ପାଇକଙ୍କ ଘର ମଧ୍ୟ ଗତକାଲିଠାରୁ ହେଉଥିବା ଲଗାଣ ବର୍ଷା ରେ ଭାଙ୍ଗି ଯାଇଛି ତାଙ୍କର ପୁଅ, ବହୁ ଓ ସ୍ତ୍ରୀ ଗୋଟେ ଝିଅ ମିଶିକି ରହନ୍ତି ସଦନଙ୍କ ପରିବାର ମଧ୍ୟ ବି. ପି. ଏଲ. ଅନ୍ତର୍ଭୂକ୍ତ ଅଟେ. ଉଭୟ ପରିବାର ଗରିବ ଶ୍ରେଣୀର ହୋଇଥିବା ରୁ ଦୁଇ ପରିବାର କୁ ଆବାସ ଯୋଜନାରେ ବାସଗୃହ ଯୋଗାଇବାକୁ ଗ୍ରାମ ବାସିଙ୍କ ତରଫରୁ ଦାବି ଜଣାଇଛନ୍ତି, ତୁମ୍ବର୍ଲା ରାଜସ୍ବ ନିରୀକ୍ଷକ ଘଟଣା ସ୍ଥଳରେ ପହଂଚି ଉଭୟ ପରିବାର କୁ ଜରି ପାଲ ପ୍ରଦାନ କରିଛନ୍ତି l

Leave a Reply

Your email address will not be published. Required fields are marked *