ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଗୁରୁତ୍ତର
ପାପଡାହାଣ୍ଡି -3:10:25-(ଉତ୍କଳ ସମାଚାର):ପାପଡାହାଣ୍ଡି ଠାରୁ ନବରଙ୍ଗପୁର ଯିବା ରାସ୍ତାରେ ପାପଡାହାଣ୍ଡି ଗ୍ରାମ ନିକଟରେ ଅଜଣା ଗାଡି ଧକ୍କା ରେ ଜଣେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତ୍ତର ଭାବେ ଆହାତ ହୋଇ 108 ରେ ଉଦ୍ଧାର ହୋଇ ପ୍ରଥମେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର, ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଏବଂ ଅଧିକ ଚିକିତ୍ସା ପାଇଁ କୋରାପୁଟ ଏସଏଲଏନ ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଛି , ଘଟଣା ରୁ ପ୍ରକାଶ ଗତ କାଲି ରାତିରେ ନବରଙ୍ଗପୁର ବ୍ଲକ ଅଗ୍ନିପୁର ପଂଚାୟତ ପୁର୍ଣିଗୁଡା ଗ୍ରାମର ଅସପତି ଭତରା ଏବଂ ସଦାଶିବ ନାୟକ ଏକ ବାଇକ OD24B4854 ଯୋଗେ ଦଶହରା ଦେଖିବାକୁ ପାପଡାହାଣ୍ଡି ଆସୁଥିବା ସମୟରେ ରାତିରେ ଅଜଣା ଗାଡି ସହିତ ଧକ୍କା ହେବା ଫଳରେ ଉଭୟେ ବାଇକ ସହିତ ରାସ୍ତା କଡ଼ ବୁଦା ମୂଳରେ ଛିଟିକି ପଡିଥିବା ବେଳେ ଆଜି ସକାଳୁ ଲୋକଙ୍କ ଠାରୁ ସୂଚନା ପାଇ 112 ପାପଡାହାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚି 108 କୁ ଖବର ଦେଇ ଗୁରୁତ୍ତର ଆହାତ ସଦାଶିବଙ୍କୁ ପ୍ରଥମେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ, ଆସପତିଙ୍କ ମୃତ ଦେହ ନିକଟରେ ତାଙ୍କର ପରିବାର ଲୋକ ଆସି ଶବ ଚି଼ହ୍ନଟ କରିବା ପାଇଁ ଅପେକ୍ଷା କରିଛି, ଅଂଚଳ ବାସି ପାପଡାହାଣ୍ଡି ପ୍ରସିଦ୍ଧ ଦଶହରା ପାଇଁ ସମସ୍ତଙ୍କ ମନରେ ଆନନ୍ଦ ଉତ୍ସାହ ଥିବା ବେଳେ ଏହି ଖବର ଅଂଚଳ ରେ ଶୋକର ଛାଇ ଖେଳାଇ ଦେଇଛି l
