ବିଧାୟକ ଦୁର୍ଗା ତନ୍ତୀଙ୍କ ନେତୃତ୍ବରେ ସ୍ଵଛ ଭାରତ କାର୍ଯ୍ୟକ୍ରମ ଏବଂ ଇଏସ୍ଆଇସି ଡାକ୍ତରଖାନା ପରିଦର୍ଶନ
ରାଉରକେଲା:4//10,(ଉତ୍କଳ ସମାଚାର):: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଗତ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ସମଗ୍ର ଭାରତ ବର୍ଷରେ ସ୍ଵଛ ଭାରତ କାର୍ଯ୍ୟକ୍ରମ ଚାଲୁରହିଛି । ଏହି କ୍ରମରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ନେତୃତ୍ବରେ ସେକ୍ଟର-୮ ସ୍ଥିତ ଦୁର୍ଗା ପୂଜା ପେଣ୍ଡାଲ ସମ୍ମୁଖ ପଡ଼ିଆରେ ଭାରତୀୟ ଜନତା ପାର୍ଟିର ସହକର୍ମୀମାନଙ୍କୁ ନେଇ ଏକ ସ୍ଵଛ ଭାରତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ରାଉରକେଲା ଜେଲ ରୋଡ଼ ଅଞ୍ଚଳରେ ଥିବା ଇଏସ୍ଆଇ ଡାକ୍ତରଖାନାକୁ ଅଚାନକ ପରିଦର୍ଶନରେ ଯାଇ ସେଠାରେ ପହଞ୍ଚିଥିଲେ। ଏହି ପରିଦର୍ଶନ ସମୟରେ ବିଧାୟକ ଦୁର୍ଗା ଚରଣ ତନ୍ତୀ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ପାଖକୁ ଯାଇ ସେମାନଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧରେ ପଚାରି ବୁଝିବା ସହ ଡାକ୍ତରଖାନାର ଅନ୍ୟନ୍ୟ ବ୍ୟବସ୍ଥା ସମ୍ବନ୍ଧରେ ମଧ୍ୟ ପଚାରି ବୁଝିଥିଲେ ।
