ମହାନଗରମୁଖ୍ୟ ଖବରରାଜ୍ୟ

ମଡର୍ନ କମ୍ୟୁନିକେସନର ଫ୍ୟୁଚରିଷ୍ଟିକ୍  ସେଣ୍ଟର ହେବ ଢେଙ୍କାନାଳ – ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ,୨୩/୨ (ଉତ୍କଳ ସମାଚାର): ଆଗାମୀ ଦିନରେ ଢେଙ୍କାନାଳ ମଡର୍ନ କମ୍ୟୁନିକେସନର ଫ୍ୟୁଚରିଷ୍ଟିକ୍ ସେଣ୍ଟର ତଥା ଆଧୁନିକ ଯୋଗାଯୋଗର ଭବିଷ୍ୟତ କେନ୍ଦ୍ର ହେବ ବୋଲି ଶୁକ୍ରବାର ଢେଙ୍କାନାଳରେ ଏନଏସଡିସିର ‘ସ୍କିଲ୍ ଇଣ୍ଡିଆ ସେଣ୍ଟର’(ଏସଆଇଏସ)କୁ ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଗତ ୨୦ ତାରିଖରେ ଏନଏସଡିସି ଦ୍ୱାରା ସମ୍ବଲପୁରରେ ଦେଶର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟର ଉଦଘାଟନ କରିବା ପରେ ଆଜି ଢେଙ୍କାନାଳରେ ଏହି ସେଣ୍ଟରର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେ Inaugurate Skill India Centre at Dhenkanalନ୍ଦ୍ର ମୋଦୀଙ୍କ କଳ୍ପନାରେ ଏକବିଂଶ ଶତାବ୍ଦୀର ଯୁବପିଢିଙ୍କ ଆକାଂକ୍ଷା ଓ ରୁଚିକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ରୋଜଗାର ଓ ସ୍ୱରୋଜଗାର ବଢାଇବା ଲକ୍ଷ୍ୟରେ ଏହି କେନ୍ଦ୍ର ସ୍ଥାପନା କରାଯାଇଛି । ଏହି କେନ୍ଦ୍ରରେ ଡିଜିଟାଲ ଦୁନିଆ ତଥା ସର୍ଭିସ ଇଣ୍ଡଷ୍ଟ୍ରିର ଆଧୁନିକ ସ୍କିଲିଂ ଟ୍ରେନିଂର ବ୍ୟବସ୍ଥା ଅଛି ।  ନିକଟରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ସ୍ୱୀକୃତି ଦେଇ ଢେଙ୍କାନାଳ ସ୍ଥିତ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି)କୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଡିମଡ୍ ୟୁନିଭର୍ସିଟିର ମାନ୍ୟତା ଦିଆଯାଇଛି । ଆଜି ଉଦଘାଟିତ ସ୍କିଲ୍ ଇଣ୍ଡିଆ ସେଣ୍ଟର ଆଇଆଇଏମ ଢେଙ୍କାନାଳ ସହ ଯୋଡିହେଲେ ଆଗାମୀ ଦିନରେ ଢେଙ୍କାନାଳ ମଡର୍ନ କମ୍ୟୁନିକେସନର ଫ୍ୟୁଚରିଷ୍ଟିକ୍ ସେଣ୍ଟର ହୋଇପାରିବ । ଅନେକ ଛାତ୍ରଛାତ୍ରୀ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଲାଭ ନେଇପାରିବେ । ନୂଆପିଢିର ପିଲାମାନଙ୍କୁ ଦକ୍ଷ କରିବା ପାଇଁ ପ୍ରଧାନମନ୍ତ୍ରୀ ବଦ୍ଧ ପରିକର । ନୂଆପିଢିର ଯୁବକ ଯୁବତୀମାନେ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍- ସ୍କିଲିଂ ସହ ଯୋଡି ହୋଇ ନିଜକୁ ଦକ୍ଷ ବନାଇଲେ ହିଁ ଆମେ ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିପାରିବା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।ଢେଙ୍କାନାଳରେ ୬  ହଜାର ବର୍ଗଫୁଟ ପରିମିତ ଜାଗାରେ ପ୍ରତିଷ୍ଠିତ ଏହି ସ୍କିଲ୍ ସେଣ୍ଟରରେ ମୋଟ ୫ଟି ଆଧୁନିକ ଲ୍ୟାବ ରହିଛି ଏବଂ ପ୍ରଶିକ୍ଷଣ ନିମନ୍ତେ ୩ ଟି ଟ୍ରେନିଂ ହଲ ଅଛି, ଯେଉଁଥିରେ ବର୍ଷକୁ ୧୨୦୦ ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ପ୍ରଶିକ୍ଷିତ ହୋଇପାରିବେ । ସ୍ୱଳ୍ପ ମୂଲ୍ୟରେ ୩ ମାସରେ ୮ଟି ବିଷୟ ଉପରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ସ୍କିଲ୍ ଇଣ୍ଡିଆ ମିଶନ ଅଧୀନରେ ନ୍ୟୁ ଏଜ୍ ସ୍କିଲ୍ସ, ଗ୍ରାଫିକ୍ସ ଡିଜାଇନ, ପ୍ରଯୁକ୍ତିବିଦ୍ୟା ଓ ପ୍ରଯୁକ୍ତିସେବା ଫୁଡ୍ ଆଣ୍ଡ ବେଭରେଜ୍ ସର୍ଭିସେସ୍ ଭଳି ବିବିଧ କ୍ଷେତ୍ରରେ ଇଚ୍ଛୁକ ଯୁବକ ଯୁବତୀଙ୍କୁ ଏହି କେନ୍ଦ୍ରରେ ତାଲିମ ଦିଆଯିବ ।

Leave a Reply

Your email address will not be published. Required fields are marked *