ମହାନଗରମୁଖ୍ୟ ଖବରରାଜ୍ୟ

ଆରଏମସି ତରଫରୁ ‘ସହରାଞ୍ଚଳର ବିକାଶ, ରାଜ୍ଯ ସରକାରଙ୍କ ସଂକଳ୍ପ’ ସଚେତନତା ଶିବିର ଅନୁଷ୍ଠିତ

ରାଉରକେଲା, ୨୩/୨ (ଉତ୍କଳ ସମାଚାର): ରାଉରକେଲା ମହାନଗର ନିଗମ ତରଫରୁ ଗୁରୁବାର ସ୍ଥାନୀୟ ଉଦିତ ନଗର ପଡ଼ିଆରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା, ସହରୀ’ କାର୍ଯ୍ୟକ୍ରମ ଅଧୀନରେ ‘ସହରାଞ୍ଚଳର ବିକାଶ, ରାଜ୍ଯ ସରକାରଙ୍କ ସଂକଳ୍ପ’ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ଯ ସରକାରଙ୍କ ତରଫରୁ ରାଉରକେଲା ସହରରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକ ସମ୍ପର୍କରେ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ଯ ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ଯ ସରକାରଙ୍କ ବିଭିନ୍ନ ଯୋଜନାର ସମ୍ୟକ୍ ସୂଚନା ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, “ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ସମଗ୍ର ଓଡ଼ିଶାରେ ରୂପାନ୍ତରଣ ପର୍ବରେ ସାମିଲ ହୋଇ ଆଜି ରାଉରକେଲା ମହାନଗର ନିଗମ ବିକାଶର ଶୀର୍ଷରେ ପହଁଞ୍ଚିଛି ବୋଲି କହିଥିଲେ। ରାଉରକେଲା ସହରାଞ୍ଚଳର ବିକାଶ ପାଇଁ ଆମ ସରକାର ସଦା ସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ସରକାରଙ୍କ ଯୋଜନା ସମ୍ବନ୍ଧରେ ସମବେତ ଜନତାଙ୍କୁ ସଚେତନ କରାଇବାକୁ ଯାଇ ସେ କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା ମୁକ୍ତା ଯୋଜନା ସହରାଞ୍ଚଳର ଏସଏଚଜି ମା’ ମାନଙ୍କ ବିକାଶକୁ ତ୍ୱରାନ୍ୱିତ କରିବା ସହ ଶ୍ରମିକ ମାନଙ୍କ ଶ୍ରମ ନିଯୁକ୍ତି ସୁନିଶ୍ଚିତ କରିଛି କହିବା ସହ ଯୁବ ବର୍ଗଙ୍କୁ ସ୍ୱାବଲମ୍ବୀ କରାଇବାରେ ‘ସ୍ବୟମ୍’ ଯୋଜନା ରାଜ୍ଯ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ” ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଏସଏଚଜି ମହିଳାଙ୍କ ହାତ ତିଆରି ଖାଦ୍ୟର ଷ୍ଟଲ୍ ପଡ଼ିବା ସହ ଏକ ମାଗଣା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା। ଏଥି ସହ ସ୍ଥାନୀୟ ଅଞ୍ଚଳର ଯୁବ ପ୍ରତିଭାମାନଙ୍କ ଦ୍ଵାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯିବା ସହ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ରାଉରକେଲା ସହରର ବିକାଶକୁ ନେଇ ଏକ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆରଏମସି ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ, ଡେପୁଟି କମିଶନର ଶ୍ରୀମତୀ ଅନୀତା ନାୟକଙ୍କ ସହ ଆରଏମସି କର୍ମଚାରୀ ଓ ସହରର ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *