ମହାନଗରମୁଖ୍ୟ ଖବରରାଜ୍ୟ

ହନୁମାନ ବାଟିକାର ୩୦ତମ ବାର୍ଷିକୋତ୍ସବକୁ ନେଇ ୨୪ ପ୍ରହରୀ ନାମଯଜ୍ଞ

ରାଉରକେଲା, ୨୩/୨(ଉତ୍କଳ ସମାଚାର):: ଜୟ ହନୁମାନ ବାଟିକା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୩୦ତମ ବାର୍ଷିକୋତ୍ସବକୁ ନେଇ  ଆଜି ସକାଳ ୯ ଟାରୁ ୨୪ ପ୍ରହରୀ ନାମଯଜ୍ଞ କରାଯାଇଥିଲା । ଏହାକୁ ନେଇ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଚଂଳରୁ ବିଶେଷ କରି ବଣାଇଁ, ଗୁରୁଣ୍ଡିଆ, ଫର୍ଟିଲାଇଜର, ରାଉରକେଲା ଅଚଂଳରୁ କୀର୍ତନ ପାର୍ଟିକୁ ଡ଼କାଯାଇଥିଲା । ଏହା ସହ ବିଭିନ୍ନ ପ୍ରକାରର ଧାର୍ମିକ କାର୍ଯ୍ୟକ୍ରମ ଯଜ୍ଞ, ହୋମ କରାଯାଉଛି । ଆଜିର ଯଜ୍ଞର ପୂର୍ଣ୍ଣାହୂତି ମଧ୍ୟ କରାଯାଇଥିଲା । କର୍ତାଭାବରେ ମନ୍ଦିର ଟ୍ରଷ୍ଟର ସଂପାଦକ ଶୁଭ ପଟ୍ଟନାୟନ ସପତ୍ନୀ ସୁଲିତା ପଟ୍ଟନାୟକ ସାମିଲ ଥିଲେ । ଏହା ସହ ଅନ୍ୟଟ୍ରଷ୍ଟି ତଥା କର୍ମକର୍ତାମାନେ ମଧ୍ୟ ସାମିଲ ଥିଲେ । ସଂନ୍ଧ୍ୟାରେ ବିଶାଳ ପ୍ରସାଦ ସେବନର ଆୟୋଜନ ମଧ୍ୟ କରାଯାଇଥିଲା । ଯେଉଁଥିରେ ହଜାର ହଜାର ଭକ୍ତଗଣ ପ୍ରସାଦ ସେବନ କରିଥିଲେ । ଆଜିର ପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ଯଜ୍ଞର ମୁଖ୍ୟ ରୂପରେ ଅଜୟ ମିଶ୍ର, ଜୟଦେବ ମିଶ୍ର, ହନୁମାନ ବାଟିକାର ଅନ୍ୟ ନନାଙ୍କ ପ୍ରମୁଖ ଭୂମିକା ଥିଲା । ଏହି ତିନି ଦିବସୀୟ ବାର୍ଷିକୋତ୍ସବକୁ ନେଇ ରାଉରକେଲା ସହର ସମେତ ଆଖପାଖ ଅଚଂଳର ଶତାଧିକ ଭକ୍ତ ପରିବାର ସହ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ ଯେ, ଏହି ବାର୍ଷିକୋତ୍ସବକୁ କାର୍ଯ୍ୟକ୍ରମ ହନୁମାନ ବାଟିକା ଚାରିଟେବୁଲ ଟ୍ରଷ୍ଟ ର ଅଧ୍ୟକ୍ଷ ଦିଲିପ ରାୟଙ୍କ ନେତୃତ୍ୱରେ କରାଯାଉଛି । ଆଜି ସମାପନ କାର୍ଯ୍ୟକ୍ରମକୁ ନେଇ ମନ୍ଦିର ପରିସରରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *