Uncategorized

ମୁଖ୍ୟ ରାସ୍ତା ରେ ଦୁର୍ଘଟଣା ରେ ବୃଦ୍ଧାଙ୍କ ମୃତ୍ୟୁ

ନବରଙ୍ଗପୁର,୨୮/୩ (ଉତ୍କଳ ସମାଚାର) (ନରସିଂ ବାଘ.) :ନବରଙ୍ଗପୁର ଜିଲ୍ଲା ର ଉମରକୋଟ ବ୍ଲକ ରାସ୍ତା ପାର ହେଉଥିବା ସମୟରେ ଏକ ପିକ ଅପ ଗାଡି ଦ୍ୱାରା ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କ ଦୁର୍ଘଟଣା ହେବାରୁ ଘଟଣା ସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା ସୂଚନା ପ୍ରକାରେ :ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନରେ ଥିବା ସାନ ଭରଣ୍ଡୀ ଗ୍ରାମର ଗୌରୀ ମାଝୀ (୮୦)ନାମକ ବୃଦ୍ଧା ସକାଳ ପ୍ରାୟ ଘ ୫.୩୦ମିନିଟ ସମୟରେ ରାସ୍ତା ପାର କରୁଥିବା ବେଳେ ଉମରକୋଟ ପଟରୁ ଛତୁ, ଦହି ବୋଝେଇ ଏକ ପିକ ଅପ ନଂ ସୀ ଜି.୦୪. ପି ବି.୨୭୩୦.ଧକ୍କା ଦେଇ ବୃଦ୍ଧାଙ୍କୁ ପ୍ରାୟ ୩୦ମିଟର ଘୋଷାଡ଼ି ନେଇଥିବା ଜଣାପଡିଛି!ଘଟଣା ସ୍ଥଳରେ ହିଁ ବୃଦ୍ଧା ଗୌରୀ ମାଝୀ ଙ୍କ ମୃତ୍ୟୁ ଘଟିଥିଲା।ଗ୍ରାମବାସୀ ମୃତ ଶରୀର କୁ ରାସ୍ତା ଉପରେ ରଖି କ୍ଷତି ପୂରଣ ନିମନ୍ତେ ରାସ୍ତା ରୋକ କରିଥିଲେ।ଯାହାଫଳରେ ଯାତାୟାତ ବନ୍ଦ ରହିଥିଲା!ଖବର ପାଇ ଉମରକୋଟ ଥାନା ଅଧିକାରୀ ଦମ୍ବରୁଧର ପ୍ରଧାନ, ଏସ ଆଇ ଅକ୍ଷୟ ମିଶ୍ର, ଏସ ଆଇ ପ୍ରକାଶ ମିଶ୍ର, ଏସ ଆଇ ପୁର୍ଣିମା ଟେଟେ, ଏ ଏସ ଆଇ ରାମାନନ୍ଦ ପ୍ରଧାନ ଏବଂ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଥିଲେ ସୁଦ୍ଧା ଲୋକେ ଓହରି ନ ଥିଲେ।

Leave a Reply

Your email address will not be published. Required fields are marked *