Uncategorized

ଗୀର୍ଜାରେ ପ୍ରାର୍ଥନା ପରେ ନିର୍ବାଚନ ପ୍ରଚାର ଆରମ୍ଭ କଲେ ବିଜେଡି ପ୍ରାର୍ଥୀ ଦିଲୀପ ତିର୍କୀ


ସୁନ୍ଦରଗଡ, ୨୯/୩ (ଉତ୍କଳ ସମାଚାର):
ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ବିଜେଡିର ଟିକେଟ ପାଇବା ପରେ ଗୀର୍ଜାରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ଦିଲୀପ ତିର୍କୀ । ପ୍ରାର୍ଥୀ ଘୋଷଣା ହେବା ପରେ ଆଜି ସୁନ୍ଦରଗଡ଼ରେ ଆସି ପହଚିଂଛନ୍ତି ଦିଲୀପ । ଆଜି ପବିତ୍ର ଗୁଡଫ୍ରାଇଡେ ହୋଇଥିବାରୁ ସୁନ୍ଦରଗଡ଼ ମିସନ ରୋଡରେ ଥିବା ଗୀର୍ଜାରେ ସେ ପ୍ରଭୁ ଯୀଶୁଙ୍କ ପାଖରେ ପ୍ରାର୍ଥନା କରିବା ପରେ ପ୍ରଚାର ଆରମ୍ଭ କରିଛନ୍ତି । ସୁନ୍ଦରଗଡ଼ବାସୀଙ୍କ ଭରସା ଓ ଆଶୀର୍ବାଦ ପ୍ରତି ସେ କୃତଜ୍ଞତା ଜଣାଇଛନ୍ତି । ସବୁବେଳେ ସୁନ୍ଦରଗଡ଼ବାସୀଙ୍କ ଶୁଭେଚ୍ଛା ଓ ଆଶୀର୍ବାଦ ତାଙ୍କ ଉପରେ ରହିଆସିଛି । ଆଗକୁ ସେମାନଙ୍କର ଏହି ଆଶୀର୍ବାଦ ମଧ୍ୟ ତାଙ୍କୁ ବିଜୟୀ କରିବ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି ।

Leave a Reply

Your email address will not be published. Required fields are marked *