Uncategorized

ବେନ୍ତପୁର ଗ୍ରାମରେ ମା ଦୂର୍ଗା ଦେବୀ ଙ୍କର ବାସନ୍ତୀ ସପ୍ତମୀ ପୂଜା ଅନୁଷ୍ଠିତ

ଅନୁଗୁଳ,୧୬/୪ (ଉତ୍କଳ ସମାଚାର): ଅନୁଗୁଳ ବ୍ଲକ ର ବେନ୍ତପୁର ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ମା ଦୁର୍ଗା ଦେବୀ ଙ୍କ ବାସନ୍ତୀ ସପ୍ତମୀ ପୂଜା ମହା ସମାରୋହରେ ପାଳନ ହୋଇଯାଇଛ। ଗ୍ରାମ ଏବଂ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ମାନଙ୍କର ମା ଙ୍କ ର ଦର୍ଶନ କରିଥିବା ବେଳେ ମାନସିକ ଧାରି ଅନେକ ଭକ୍ତ ଙ୍କ ସମାଗମ ହୋଇଥିଲା। ଗ୍ରାମରେ ମଧ୍ୟ ଭାଗରେ ଥିବା ଆଲମ ଘର ଠାରୁ ଏକ ବିରାଟ ପଟିଆର ରେ ଆଲମ ସହ ମା ଙ୍କର ଆଜ୍ଞାମାଳ ଗ୍ରାମ ପରିକ୍ରମା କରିଥିଲେ। ଗ୍ରାମ ବାସୀ ମାନେ ଘର ସମ୍ମୁଖରେ ଛୋଟି ଚିତା ପକାଇ ମା ଙ୍କର ଆମଲ କୁ ବନ୍ଦାପନା କରିଥିଲେ। ଶୋଭାଯାତ୍ରା ରେ ବାଜା ଘଟୁଆ ଡୋଲ ଇତ୍ୟାଦି ସ୍ଥାନ ପାଇଥିଲା। ଗ୍ରାମ ପରିକ୍ରମା ପରେ ମା ଙ୍କ ମନ୍ଦିର ମଧ୍ୟରେ ଆଲମ ପ୍ରବେଶ କରିଥିଲେ। ପରେ ଆଖାପାଖ ଅଞ୍ଚଳରୁ ଆସିଥିବା ଶ୍ରଦ୍ଧାଳୁ ମା ଙ୍କର ଦର୍ଶନ କରିଥିଲେ। ଏହା ସହ କମିଟି ପକ୍ଷରୁ ଆଜ୍ଞା ଲଡୁ ଓ ଆଜ୍ଞା ମାଳ ର ନିଲାମ କରାଯାଇଥିଲା। ରାତ୍ର ସମୟରେ ଲୋକ ମାନଙ୍କର ମନ ରଞ୍ଜନ ପାଇଁ ଯାତ୍ରା ଆୟୋଜନ କରାଯାଇଥିଲା।

Leave a Reply

Your email address will not be published. Required fields are marked *