Uncategorized

ଡାକ୍ତର ବୀରକିଶୋର ଦେବତାଙ୍କ ବିୟୋଗ

ରାଉରକେଲା,୧୬/୪ (ଉତ୍କଳ ସମାଚାର): ରାଉରକେଲାର ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବୀରକିଶୋର ଦେବତାଙ୍କ ମହାପ୍ରୟାଣ ଘଟିଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ ଯେ ଡାକ୍ତର ବୀରକିଶୋର ଦେବତାଙ୍କ ବୁର୍ଲା ମେଡିକାଲ କଲେଜ ରୁ ଏମବିବିଏସ ଓ କଟକ ମେଡିକାଲ କଲେଜରୁ ଶିଶୁରୋଗରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ଶେଷ ସମୟରେ ସେ ତଲେଗାଁ, ପୁନେ ପାଖରେ ତାଙ୍କ ଜୈଷ୍ଠ ପୁତ୍ର ପ୍ରଫେସର ବିକାଶ ରଞ୍ଜନ ଦେବତାଙ୍କ ପାଖରେ ଥିଲେ । ପ୍ରାୟ ଛ ମାସ ହେଲା ଡାକ୍ତର ଦେବତା ଅସୁସ୍ଥ ଥିଲେ । ତାଙ୍କ ବୃକକ ( କିଡ଼ନୀ) ଠିକ ଭାବରେ କାମ କରୁ ନ ଥିଲା | କିଛିଦିନ ତାଙ୍କର ଡାଏଲିସୀସ ମଧ୍ୟ ଚାଲିଥିଲା |ଡାକ୍ତର ଦେବତା ଜଣେ ଖୁଵ ଉଚ୍ଚକୋଟୀର ଓ ଲୋକପ୍ରିୟ ଡାକ୍ତର ଭାବରେ ଛେଣ୍ଡରେ ତଥା ରାଉରକେଲାରେ ଜଣାଶୁଣା ଥିଲେ ।ମିଷ୍ଟଭାଷୀ, ସରଳ ତଥା ଜଣେ ସ୍ନେହୀ ମଣିଷ ଭାବରେ ତାଙ୍କର ସୁଖ୍ୟାତି ଥିଲା ।ତାଙ୍କର ଧର୍ମପତ୍ନୀ ରୋଟାରୀଆନ ଅର୍ଚ୍ଚନା ଦେବତା ଜଣେ ସମାଜସେବୀ । ଡାକ୍ତର ଦେବତାଙ୍କ ଜୈଷ୍ଠ ପୁତ୍ର ଡାକ୍ତର ବିକାଶ ରଞ୍ଜନ ଦେବତା ଜଣେ ମ୍ୟାନେଜମେଣ୍ଟ ପ୍ରାଧ୍ୟାପକ ଭାବରେ ପୁନେରେ କାର୍ଯ୍ୟରତ |କନିଷ୍ଠ ପୁତ୍ର ପ୍ରଦୀପ ଭାସ୍କର ଦେବତା ଜଣେ ଅର୍ଥ ବିଶେଷଜ୍ଞ ଓ ପରାମର୍ଶ ଦାତା ଭାବରେ ଇଂଲଣ୍ଡରେ ତାଙ୍କ ପରିବାର ସହିତ ରହନ୍ତି | ତାଙ୍କ ସହଧର୍ମିଣୀ ନୀଲମ ମଧ୍ୟ କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଜଣେ ଅଧ୍ୟାପିକା । ଡାକ୍ତର ଦେବତାଙ୍କର ଜଣେ ନାତି ଓ ନାତୁଣୀ ଅଛନ୍ତି । ଡାକ୍ତର ଦେବତା ରାଉରକେଲା ଇସ୍ପାତ କାରଖାନାର ସେବାନିବୃତ ମହାପ୍ରବନ୍ଧକ ତଥା ରୋଟାରିଆନ ଅଜିତ ପୁଜାରୀ ଙ୍କ ଭିଣୋଇ ।

Leave a Reply

Your email address will not be published. Required fields are marked *