Uncategorized

ଧୃନୀତି ଅର୍ଥ ହେରେଫେର ଅଭିଯୋଗରେ ଛନ୍ଦିହେଲେ ୪ ଶିକ୍ଷକ ଭିଜିଲାନ୍ସ ଦ୍ଵାରା ନୋଟିସ ଜାରି 

ଫୁଲବାଣୀ ,୧୭/୪ (ଉତ୍କଳ ସମାଚାର)  ( ରଞ୍ଜିତ କୁମାର ): କନ୍ଧମାଳ ରେ ଦିନକୁ ଦିନ ଶିକ୍ଷକ ମାନଙ୍କ ବିରୁଦ୍ଧରେ ସଙ୍ଗିନି ଅଭିଯୋଗ ଆସିବାରେ ଲାଗିଛି । ସରକାରଙ୍କ ଠାରୁ ମୋଟା ଅଙ୍କରେ ଦରମା ପାଇଲା ପରେ ମଧ୍ୟ୍ୟ ଅର୍ଥ ହେରେଫେରେ, ଦୁର୍ନୀତି , ଛାତ୍ରୀ ମାନଙ୍କୁ ଅସଦାଚରଣ ପ୍ରଭୁତି କାମରେ ଲିପ୍ତ ରହୁଛନ୍ତି  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପିପଲମାଳ ସରକାରୀ ଉପ୍ରା ବିଦ୍ୟାଳୟରେ  ସେଠାର  ଚାରି ଜଣ ଶିକ୍ଷକ ସେମାନେ ହେଲେ ଅଶୋକ କୁମାର ମୁଦୁଲି,ଶରତ ଚନ୍ଦ୍ର ସାହୁ,ସନାତନ ସାହୁ, ଲାଲୁ କଂହର l ଏହି ଚାରିଜଣ ଶିକ୍ଷକ 2019ମସିହା ରୁ 2021ମଧ୍ୟରେ ସ୍କୁଲ କୁ ଆସିଥିବା ମଧ୍ୟାହ୍ନ ଭୋଜନ ବାବଦ ଅର୍ଥ ଓ ଅନ୍ୟନ୍ୟ ଗ୍ରାଣ୍ଟ ଇନ ଏଡ଼ ବାବଦଲକ୍ଷାଧିକ ଟଙ୍କାର ଅର୍ଥଅନୁଦାନ  ହେରଫେର କରିଥିବା ନେଇ ଅଭିଯୋଗ ହୋଇଥିଲା l ଏ ନେଇ ବିଭିନ୍ନ ଗଣ ମାଧ୍ୟମ ରେ ପ୍ରକାଶ ପାଇବା ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି l ଏହି ଶିକ୍ଷକ ମାନଙ୍କୁ ଆସନ୍ତା ୭ଦିନ ମଧ୍ୟରେ ସର୍ବିଶେଷ ନଥିପତ୍ର ଦାଖଲ କରିବା ପାଇଁ   ଏପ୍ରିଲ ୨ରେ ଫିରିଙ୍ଗିଆ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଚିଠି ନମ୍ବର –୧୯୩ /vig. Plb ରେ ପତ୍ର ଦେଇଛି  l ତେବେ ଏନେଇ ଏ.ବି.ଇଓ ଫିରିଙ୍ଗିଆକୁ ମତାମତ ପାଇଁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ବି ସେ ଫୋନ ନ ଉଠାଇବା ଫଳରେ ମତାମତ ମିଳିପାରିନାହିଁ l  ଭିଜିଲାନ୍ସ କି ପଦକ୍ଷେପ ନେଉଛି ଆଗାମୀ ଦିନରେ ଜଣା ପଡିବ l

Leave a Reply

Your email address will not be published. Required fields are marked *