Uncategorized

ଅନୁଗୁଳ ଏସପି ଦାୟିତ୍ୱରେ ଥିବା ଡିଆଇଜିଙ୍କ ଜିଲ୍ଲାର ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା 

ଅନୁଗୁଳ,୧୭/୪ (ଉତ୍କଳ ସମାଚାର): ଜିଲ୍ଲାର ବିଭିନ୍ନ ପ୍ରସଙ୍ଗ ନେଇ ଆଜି ଅନୁଗୁଳ ଏସପି ଦାୟିତ୍ୱରେ ଥିବା ଡିଆଇଜି ଉମାଶାଙ୍କର ଦାଶ ସାମ୍ବାଦିକମାନଙ୍କ ସହ ଆଲୋଚନା କରିଥିଲେ ।ମୁଖ୍ୟତଃ ନିର୍ବାଚନକୁ କିଭଳି ଅବାଧ ଓ ନିରପେକ୍ଷ କରାଯାଇପାରିବ ସେ ନେଇ ସୂଚନା ଦେଇଥିଲେ ।ଦୁର୍ନୀତି ଓ ଅନିୟମିତତାକୁ ଧରିବା ଲାଗି ଚଢ଼ାଉ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଥିବା ଉମାଶାଙ୍କର ଦାଶ ସୂଚନା ଦେଇଥିଲେ ।ଏହା ସହ ଜିଲ୍ଲା ପ୍ରଶାସନିକ ଅଧିକାରୀ ସହ ସେଣ୍ଟ୍ରାଲ ଫୋର୍ସ ଅଧିକାରୀଙ୍କ ସହ ମିଶି ଷ୍ଟ୍ରଙ୍ଗରୁମର ନିରୀକ୍ଷଣ ସରିଥିବା ବେଳେ ଜିଲ୍ଲାର ୫ଟି ବିଧାନସଭା କ୍ଷେତ୍ରରେ ଫ୍ଲାଗ ମାର୍ଚ୍ଚ ସରିଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟ ଫ୍ଲାଗ ମାର୍ଚ୍ଚ ଆରମ୍ଭ ନେଇ ସୂଚନା ଦେଇଥିଲେ ଉମାଶଙ୍କର ଦାଶ ।ଅପରପକ୍ଷରେ ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସ ଆରେଞ୍ଜମେଣ୍ଟ ନେଇ ପ୍ରସ୍ତୁତି  ସରିଥିବା  ଡ଼ିଆଇଜି ସୂଚନା ଦେଇଥିଲେ। ଏହା ସହ ଜିଲ୍ଲାର ଟ୍ରାଫିକ ସମସ୍ୟା ସହ ଅନ୍ୟାନ୍ୟ ସମସ୍ୟାର କିଭଳି ସମାଧାନ ହୋଇ ପାରିବ ସେ ନେଇ ସାମ୍ବାଦିକଙ୍କ ସହ ଆଲୋଚନା କରିଥିଲେ ଉମାଶଙ୍କର ଦାଶ ।

Leave a Reply

Your email address will not be published. Required fields are marked *