Uncategorized

ରାଉରକେଲା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟ ଙ୍କୁ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା

ରାଉରକେଲା ୧୭/୪ (ଉତ୍କଳ ସମାଚାର): ଆଜି ବିଜେପି ତରଫରୁ ରାଉରକେଲା ବିଧାନ ସଭା କ୍ଷେତ୍ର ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ରୂପେ ଦିଲ୍ଲୀପ ରାୟଙ୍କ ନାମ ଘୋଷଣା ର ଖବର ପାଇବା ମାତ୍ରେ ବିଜେପି କର୍ମୀ ଓ ଶୁଭେଛୁ ମହଲରେ ଆନନ୍ଦର ଲହରୀ ଖେଳି ଯାଥିଲା । ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଭା ନେତ୍ରୀ ଲତିକା ପଟ୍ଟନାୟକଙ୍କ ନେତୃତ୍ବରେ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଏକ ମଣ୍ଡଳୀ କଲ୍ୟାଣୀ ଭବନକୁ ଯାଇ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ଶ୍ରୀ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଥିଲେ ।  ଆଜି ରାଉରକେଲାର ସେକ୍ଟର -୩ ସ୍ଥିତ, ବି -୩୩ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ସଭା ଜିଲ୍ଲା ସଭା ନେତ୍ରୀ ଲତିକା ପଟ୍ଟନାୟକ ଙ୍କ ସଭା ପତିତ୍ୱରେ ଅନୁଷ୍ଠିତ ହୋଇ ଥିଲା । କର୍ମୀ ମାନେ ବାଣ ଫୁଟାଇବା ସହିତ ପରସ୍ୱରକୁ ମିଠା ଖୁଆଇ ଥିଲେ। ଶ୍ରୀ ରାୟଙ୍କୁ ବିଜେପିର ନେତ୍ରୁ ମଣ୍ଡଳୀ , ଜିଲ୍ଲା କମିଟି, ମୋର୍ଚ୍ଚା କମିଟି, ମଣ୍ଡଳ କମିଟି, ବିଭିନ୍ନ ସଂଗଠନ, ବ୍ୟକ୍ତିଗତଙ୍କ ତରଫରୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯିବା ସହିତ ବିପୁଳ ସ୍ଵାଗତ ଓ ଅଭିନନ୍ଦନ ଜଣାଇଥିଲେ । ଶ୍ରୀ ରାୟ ଜସ୍ଵଶ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ୍ ସାହା, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା, ରାଜ୍ୟ ଅଧ୍ୟକ୍ଷ ମନମୋହନ ସାମଲ, ସାଂସଦ ଜୁଏଲ ଓରାମଙ୍କୁ କୃତଜ୍ଞତା ଓ ଧନ୍ୟବାଦ୍ ଜଣାଇ ଥିଲେ । ସମସ୍ତେ ବିଜେପିର ସୈନ୍ୟ ହୋଇ କଠିନ ପରିଶ୍ରମ କରିବା ଓ ମୋଦୀ ଜୀଙ୍କ ବିକଶିତ ଭାରତ ଅଭିଯାନକୁ ସାକାର କରିବା ସହିତ ଜନତାଙ୍କ ସେବାରେ ନିଜକୁ ଉଚ୍ଚର୍ଗିତ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟ କ୍ରମରେ ମଞ୍ଚାସିନ ଥିଲେ ରାଜ୍ୟ ସଧାରଣ ସମ୍ପାଦିକା ପୂର୍ଣ୍ଣିମା କେରକେଟା, ବୀରମିତ୍ରପୁର ବିଧାୟକ ପ୍ରାର୍ଥୀ ଶଙ୍କର ଓରାମ, ରଘୁନାଥପଲ୍ଲି ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତୀ । ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ମଞ୍ଚ ପରିଚାଳନା କରିଥିଲେ ।ଏହି ସଭାରେ ଉପସ୍ଥିତ ଥିଲେ ରାଜ୍ୟ ନେତ୍ରୁ ବୃନ୍ଦ,ଜିଲ୍ଲା କାର୍ଯ୍ୟକର୍ତ୍ତା ଓ କମିଟି , ଜିଲ୍ଲା ମୋର୍ଚ୍ଚା ସଭାପତି ଓ କମିଟି, ମଣ୍ଡଳ ସଭାପତି ଓ କମିଟି ସହିତ ଶତାଧିକ କର୍ମୀ ଓ ଶୁଭେଚ୍ଛୁ ଅଂଶ ଗ୍ରହଣ କରି ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତ୍ତି ରେ ଜଣାଇ ଛନ୍ତି ।

Leave a Reply

Your email address will not be published. Required fields are marked *