Uncategorized

ଶାରଳା ସାଂସ୍କୃତିକ ପରିଷଦ ର ୫୩ତମ ବାର୍ଷିକୋତ୍ସବ

ରାଉରକେଲା,୧୭/୪ (ଉତ୍କଳ ସମାଚାର): ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସେକ୍ଟର ୬ସ୍ଥିତ ଶାରଳା ସାଂସ୍କୃତିକ ପରିଷଦ ତରଫରୁ ୫୩ତମ ବାର୍ଷିକୋତ୍ସବ ଓ ସମ୍ବର୍ଦ୍ଧନା ସଭା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ଆର୍ତ୍ତଭଞ୍ଜନ ମଲ୍ଲିକ ଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ଆବାହକତ୍ଵ ତଥା ଉପସଭାପତି ଅଶୋକ କୁମାର ବଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅର୍ବାନ କୋ ଅପରେଟିଭ ବ୍ୟାଙ୍କର ସଭାପତି ଦିଲ୍ଲିପ କୁମାର ମହାପାତ୍ର, ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ତଥା ଆଇନଜୀବୀ ଆନନ୍ଦ ଚନ୍ଦ୍ର ମହାନ୍ତି ଓ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡ ନଗେନ ଦାସ ଯୋଗଦେଇ ଆଦିକବି ସାରଳା ଦାସ, ଶାରଳା ସାହିତ୍ୟ ଓ ଶାରଳା ଠାକୁରାଣୀଙ୍କ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ଡ ଦାସ କହିଲେ ଯେ ଧର୍ମ ହେଉଛି ବିଶ୍ବକୁ ମଧୁମୟ କରିବା। ଏହାସହ ଧର୍ମ ଚେତନା ଓ ଆତ୍ମବିଶ୍ଵାସ ପ୍ରତିଷ୍ଠା, ବ୍ୟାସଦେବଙ୍କ ମହାଭାରତ ଓ ସାରଳା ଦାସଙ୍କ ମହାଭାରତ ମଧ୍ୟରେ ଥିବା ପାର୍ଥକ୍ୟ, ତଥା ସାରଳା ଦାସ କିପରି ବାସ୍ତବବାଦୀ କବି ସେ ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ଗଙ୍ଗବଂଶର ରାଜାମାନଙ୍କ ଦ୍ବାରା ମନ୍ଦିର ପ୍ରତିଷ୍ଠା, କପିଳେନ୍ଦ୍ର ଦେବଙ୍କ ପାଇଁ କିପରି ଓଡ଼ିଶାର ଭୈ।ଗଳିକ, ଭାଷା, ସାଂସ୍କୃତିକ ଓ ଐତିହ୍ୟର ବାହାକ ଥିଲେ ସେ କଥାକୁ ବ୍ୟାଖ୍ୟା କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଅବଦାନ ଯୋଗୁଁ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଶିକ୍ଷାବିତ ପ୍ରଶାନ୍ତ କୁମାର ପତି ଙ୍କୁ ଚଳିତ ବର୍ଷ ସମ୍ମାନଜନକ ଆଦିକବି ସାରଳା ଦାସ ପୁରସ୍କାର, ନାଟ୍ୟକାର ଗଙ୍ଗାଧର ଜେନା ଙ୍କୁ ଶାରଳା ସମ୍ମାନ, ସମାଜସେବୀ ରଘୁ ବଳ ଙ୍କୁ ସ୍ବର୍ଗତ ନିରାକାର ମହାପାତ୍ରଙ୍କ ସ୍ମୃତିରେ ଶାରଳା ସେବା ସମ୍ମାନ, ସାମ୍ବାଦିକ ସତ୍ୟାନନ୍ଦ ବେହେରା ଙ୍କୁ ଶାରଳା ସଞ୍ଜୟ ସମ୍ମାନ, ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ଙ୍କ ଶାରଳା ନାରଦ ସମ୍ମାନ, ସମଗ୍ର ରାଜ୍ୟରେ ଯୁକ୍ତଦୁଇ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସୁଶ୍ରୀ ସହ ସ୍ମୃତିଲେଖା ପଟ୍ଟନାୟକଙ୍କୁ ଶାରଳା ମେଧା ପୁରସ୍କାର ଓ ମୂର୍ତ୍ତି କାରିଗର କାର୍ତ୍ତିକ ଚନ୍ଦ୍ର ସାହୁଙ୍କୁ ଶାରଳା ମୃଣ୍ମୟୀ ଶିଳ୍ପୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସଭାପତି ଶ୍ରୀ ମଲ୍ଲିକ ସଭାପତିତ୍ବ ଅଭିଭାଷଣ ଓ ସାଧାରଣ ସମ୍ପାଦକ ଶ୍ରୀ ପାତ୍ର ସମ୍ପାଦକୀୟ ବିବରଣୀ ସହ ପୀଠର ୫୩ବର୍ଷର ଇତିହାସ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଶ୍ରୀ ମହାନ୍ତି ପୀଠରେ ଥିବା ସାରଳା ଲାଇବ୍ରେରୀ ର ଉପଯୋଗ ତଥା ଅନୁଷ୍ଠାନର ଐତିହ୍ୟ ସମ୍ପର୍କରେ ତଥା ମୁଖ୍ୟଅତିଥି ଶ୍ରୀ ମହାପାତ୍ର ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ, ଅଜିତ କୁମାର କର, ତପସ୍ୱିନୀ ପତି,ପଦ୍ମାରାଣୀ ବେହୁରା, ବିଷ୍ଣୁପ୍ରିୟା ସାହୁ,ରିୟା ମୁଖି, ଜ୍ୟୋତି ମିଶ୍ର ଓ ଗଜେନ୍ଦ୍ର ମୁର୍ମୁଙ୍କ ଦ୍ଵାରା ସ୍ବାଗତ ସଂଗୀତ ଗାନ କରିଥିଲାବେଳେ ସର୍ବଶ୍ରୀ ପ୍ରକାଶ ସାହାଣୀ, କୁଞ୍ଜନଲାଲ ବୋଷ, ପୁଷ୍ପା ବିଶୋଇ, ମାନସୀ ଦେ, ପଞ୍ଚାନନ ମହାପାତ୍ର ଓ ଅଶୋକ କୁମାର ବଳ ମାନପତ୍ର ପାଠ କରିଥିଲେ। ଶେଷରେ ଲୋକସମ୍ପର୍କ ସଚିବ ପଞ୍ଚାନନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ରାଧାନାଥ ରାଉତ, ପର୍ଶୁରାମ ପଟ୍ଟନାୟକ, ଶରତ ଚନ୍ଦ୍ର ପାଣ୍ଡବ, ଅରବିନ୍ଦ ସ୍ବାଇଁ , ଜୟନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *