Uncategorized

ଡାଲମିଆ ଭାରତ ଫାଉଣ୍ଡେସନ୍ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ

କଟକ,୧୭/୪ (ଉତ୍କଳ ସମାଚାର): ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍‌)ର ସାମାଜିକ ଦାୟିତ୍ୱ ନିର୍ବାହ (ସିଏସ୍‌ଆର) ଶାଖା ଡାଲମିଆ ଭାରତ ଫାଉଣ୍ଡେସନ (ଡିବିଏଫ୍‌) ବଞ୍ଚିତ ବର୍ଗଙ୍କ ଦୃଷ୍ଟିଶକ୍ତିର ଯତ୍ନ ନେଉଥିବା ଏକ ସଂଗଠନ କେୟାର୍ ନେତ୍ରମ୍ ସହଯୋଗିତାରେ ଡାଲମିଆ ସିମେଣ୍ଟର କଟକ କାରଖାନା- କପିଳାସ ସିମେଣ୍ଟ ଓା୍ୱର୍କସ୍ (କେସିଡବ୍ଲୁୃ)ର ଅକ୍ୟୁପେସନାଲ ହେଲ୍‌ଥ ସେଣ୍ଟରଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରିଥିଲା । ଏହି ଶିବିରରେ ସହଜ ଓ ସୁଲଭ ଦୃଷ୍ଟିଯତ୍ନ ସେବା ଯୋଗାଇ ଦିଆଯାଇଥିଲା, ଯେଉଁଥିରେ ପାରିପାଶ୍ୱିର୍କ ଗ୍ରାମସମୂହ ସୁନିଆପଡା, ବିଶ୍ୱାଳି, କାନପୁର, କୁଶପଡା, ଗରୁଡଗାଁ, କନମିରା, ଅମିୟଝରୀ, ବଇରି, ମାଣିଆ, ସପନପୁର, ବାରୁଣିଆ ସମେତ କେସିଡବ୍ଲ୍ୟୁ ଶ୍ରମିକ, କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ମଧ୍ୟରୁ ୯୪ଜଣ ଉପକୃତ ହୋଇଥିଲେ । ଚକ୍ଷୁ ପରୀକ୍ଷା ସମୟରେ ଦୃଷ୍ଟି ଦୋଷ ଥିବା ବ୍ୟକ୍ତିମାନଙ୍କୁ ରିଆତି ମୂଲ୍ୟରେ ଚଷମା ଯୋଗାଇ ଦିଆଯାଇଥିଲା । ମୋତିଆବିନ୍ଦୁ ଏବଂ ରେଟିନାରେ ଅସ୍ୱାଭାବିକତା ଥିବା ରୋଗୀଙ୍କୁ ଅଧିକ ଯାଞ୍ଚ ନିମନ୍ତେ ପରାମର୍ଶ ଦିଆଯିବା ସହିତ ଭୁବନେଶ୍ୱରରେ ଚିକିତ୍ସା ନିମନ୍ତେ ପଠାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ଭୁବନେଶ୍ୱରରେ ସହବନ୍ଧିତ ଡାକ୍ତରଖାନା ଭିଜନ୍ କେୟାରରେ ମାଗଣାରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ନିମନ୍ତେ ଚାରିଟି ସ୍ୱତନ୍ତ୍ର ରୋଗୀଙ୍କୁ ପରାମର୍ଶ ଦିଆଯାଇଥିଲା । ଏହି ପ୍ରୟାସ ସମ୍ପର୍କରେ ପ୍ରକାଶ କରି ଡେପୁଟି ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର, ଡିସିବିଏଲ୍ ଏବଂ ୟୁନିଟ ହେଡ୍‌-କେସିଏମ୍‌ଡବ୍ଲ୍ୟୁ ଶ୍ରୀ ଭାବେଶ ୱାଲା କହିଥିଲେ, “ଡାଲମିଆ ଭାରତରେ ଆମେ ଯେଉଁ ସ୍ଥାନୀୟ ସମୁଦାୟର ଅଂଶବିଶେଷ ହୋଇଛୁ ସେଠାରେ ଜନସାଧାରଣଙ୍କ ମଧ୍ୟରେ ଏକ ସକାରାତ୍ମକ ପରିବର୍ତନ ଆଣିବା ନିମନ୍ତେ ପ୍ରତିବଦ୍ଧ ରହିଛୁ, ଯଦ୍ଦ୍ୱାରା ଦୀର୍ଘସ୍ଥାୟୀ ବିକାଶକୁ ସୁନିଶ୍ଚିତ କରାଯାଉଛି । ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟଯତ୍ନ ସେବା ଯୋଗାଣ ଏବଂ ପ୍ରତିଷେଧମୂଳକ ଯତ୍ନକୁ ପ୍ରୋତ୍ସାହିତ କରି ଆମେ ଓଡ଼ିଶାର ଜନସାଧାରଣଙ୍କ କଲ୍ୟାଣ କ୍ଷେତ୍ରରେ ଏକ ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟି ଲକ୍ଷ୍ୟ ରଖିଛୁ । ସମସ୍ତଙ୍କ ପାଇଁ ଏକ ସୁସ୍ଥ ଏବଂ ଅଧିକ ଦୀର୍ଘସ୍ଥାୟୀ ଭବିଷ୍ୟତ ନିର୍ମାଣରେ ଅବଦାନ ରଖିବା ନେଇ ଆମେ ଗର୍ବ ଅନୁଭବ କରୁଛୁ ।”କେସିଡବ୍ଲ୍ୟୁ, କଟକସ୍ଥିତ ଅକ୍ୟୁପେସନାଲ ହେଲ୍‌ଥ ସେଣ୍ଟରରେ ଜନସମୁଦାୟଙ୍କ ସ୍ୱାସ୍ଥ୍ୟସେବା ଆବଶ୍ୟକତା ପୂରଣ କରିବାକୁ ଏକ ଉତ୍ସର୍ଗୀକୃତ ଡାକ୍ତରୀଦଳ ଏବଂ ଅତ୍ୟାବଶ୍ୟକ ସୁବିଧା ସୁଯୋଗ ରହିଛି । ଏଠାରେ ଯୋଗାଇ ଦିଆଯାଉଥିବା ସେବାଗୁଡିକ ମଧ୍ୟରେ ଡାକ୍ତରୀ ପରାମର୍ଶ, ଫାର୍ମାସୀ ସେବା ଏବଂ ନର୍ସିଂଯତ୍ନ ଆଦି ରହିଛି । ବିଗତ ଏକବର୍ଷ ମଧ୍ୟରେ ଏହି କେନ୍ଦ୍ର ମୋଟ ୧୭,୧୫୮ ଜଣ ଓପିଡି ରୋଗୀଙ୍କର ଚିକିତ୍ସା କରିଛି, ଯେଉଁଥିରେ ନିକଟସ୍ଥ ଜନସମୁଦାୟରୁ ୨,୪୦୦ରୁ ଅଧିକ ରୋଗୀ ରହିଛନ୍ତି । ଏହି କେନ୍ଦ୍ର ମଧ୍ୟ ତାହାର ଅତି ନିକଟ ଅଞ୍ଚଳ ଊର୍ଦ୍ଧ୍ୱରେ ରୋଗୀମାନଙ୍କୁ ସେବା ଯୋଗାଉଛି, ସେମାନଙ୍କୁ ଏହା ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ସହାୟତା ଯୋଗାଇ ଦେଉଛି । ପୁନଶ୍ଚ ଏହି କେନ୍ଦ୍ର ଆମ୍ବୁଲାନ୍ସ ସେବା ଉପଲବ୍ଧ କରାଇବା ସହିତ ଆବଶ୍ୟକ କରୁଥିବା ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ସୁନିଶ୍ଚିତ କରିବାକୁ ଏକ ଭ୍ରାମ୍ୟମାଣ ଚିକିତ୍ସା ୟୁନିଟ ପରିଚାଳନା କରୁଛି । ଗତବର୍ଷ ମେଲ୍‌ଭିନ ଜୋନ୍‌ସ୍ ଲାୟନ୍ସ ଆଇ ହସପିଟାଲ ସହଯୋଗିତାରେ ଏହା ଆଉ ଏକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରିଥିଲା ।

Leave a Reply

Your email address will not be published. Required fields are marked *