Uncategorized

ଜି ଏସ ଡ଼ବ୍ଲୁ ପକ୍ଷରୁ ସ୍କୁଲର ଉନ୍ନତି କରଣ 

ରାଜଗାଙ୍ଗପୁର ୧୮/୪ (ଉତ୍କଳ ସମାଚାର) (ସୁବାଷ ବେହେରା): ନିର୍ବାଚନ ମଣ୍ଡଳୀ କୁତ୍ରା ବ୍ଲକ  ଅନ୍ତର୍ଗତ  ତେଲିଘଣା ଠାରେ ସ୍ଥାପିତ ଶିବା ସିମେଣ୍ଟ ଠାରୁ  ଜି ଏସ ଡବ୍ଲୁ ଗ୍ରହଣ କରିବା ପର ଠାରୁ ଆଞ୍ଚଳିକ ପାରିପାର୍ଶ୍ୱ ଉନ୍ନତି କରଣ ରେ ଅହରତ ଚେଷ୍ଟା ଜାରି ରଖି ଆସୁଅଛି ସ୍ଥାନୀୟ ନିବାସୀଙ୍କ ର ସାମାଜିକ ସୁବିଧା ସ୍ୱାଭିଲମ୍ବୀ କରିବା ମୂଖ୍ୟ ଉଦ୍ଦେଶ୍ୟ ନେଇ କାର୍ଯ୍ୟକ୍ରମ ଜାରି ରଖି ଅଛି l କୁତ୍ରା ବ୍ଲକ ଅନ୍ତର୍ଗତ ସରଗୁ କିଷାନ ଉଚ୍ଚବିଦ୍ୟାଳୟ ର ଛାତ୍ରବାସ ରେ ରହୁ ଥିବା ଛାତ୍ର ଛାତ୍ରୀ ଙ୍କ ପାଇଁ ଶିବା ସିମେଣ୍ଟ ଓରଫ ଜି ଏସ ଡବ୍ଲୁ ପକ୍ଷରୁ 150 ଟି  ବେଡ଼ ଏବଂ ଉପକରଣ ପ୍ରଦାନ ଶିବା ସିମେଣ୍ଟ ପ୍ଲାଣ୍ଟ ର ମୂଖ୍ୟ ଅନୀଲ କୁମାର ମିଶ୍ର କରିଥିଲେ l ଏହି ପ୍ରଦାନ  ଉପକରଣ ସମାରୋହରେ ମୂଖ୍ୟ ଅତିଥି ଭାବେ ଶ୍ରୀ ମିଶ୍ର ଯୋଗ ଦେଇ ଅଞ୍ଚଳ ର ଛାତ୍ର ଛାତ୍ରୀ ଙ୍କ ଶିକ୍ଷା କ୍ଷେତ୍ର ରେ ଉନ୍ନତି କରିବା ଆମର ଚେଷ୍ଟା ଜାରି ରଖି ଅଛୁ ଏହି  ଅଧିବାସୀ ଅଞ୍ଚଳ ର ଶିକ୍ଷା କ୍ଷେତ୍ର ଏବଂ ଅଞ୍ଚଳ ର ବିଭିନ୍ନ କ୍ଷେତ୍ର ରେ ବିକାଶ ମୂଳକ କାର୍ଯ୍ୟ କରିବା ଆମର ଲକ୍ଷ ଜାରି ରଖି ଅଛୁ l ଜି ଏସ ଡବ୍ଲୁ ର ଏହି ମହାନ କାର୍ଯ୍ୟ ପାଇଁ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ବାଗ, ରମାକାନ୍ତ ମଲ୍ଲିକ, ସୁମିତ୍ରା ବାର୍ଲା, କିରଣ ଏକ୍କା ଏବଂ  ସ୍କୁଲ ର କର୍ମଚାରୀ ବୃନ୍ଦ ଧନ୍ୟବାଦ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଶିବା ସିମେଣ୍ଟ ଓରଫ ଜି ଏସ ଡବ୍ଲୁ ର ସାମାଜିକ ମାନବ ସମ୍ବଳ ବିଭାଗ ର ମୂଖ୍ୟ ସଂଗ୍ରାମ କେଶରୀ ରାଉତ ସହକାରୀ ଅଲେଖ ଚନ୍ଦ୍ର ଦଳେଇ ଏହି କାର୍ଯ୍ୟକ୍ରମ ଉପସ୍ଥିତ ଥିଲେ ଳ

Leave a Reply

Your email address will not be published. Required fields are marked *