Uncategorized

ହନୁମାନ ଜୟନ୍ତୀ ମହୋତ୍ସବ ଅବସରରେ ରାମାୟଣ ପାଠ

ରାଉରକେଲା, ୧୯/୪ (ଉତ୍କଳ ସମାଚାର): ରାମନବମୀ ଏବଂ ହନୁମାନ ଜୟନ୍ତୀ ମହୋତ୍ସବ ଅବସରରେ ରାଉରକେଲା ରେଳ ଷ୍ଟେସନ ନିକଟ ସ୍ଥିତ ସଙ୍କଟମୋଚନ ହନୁମାନ ମନ୍ଦିର କମିଟି ଦ୍ୱାରା ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ ୧୮ ତାରିଖ ସକାଳ ୧୦ଟା ସମୟରେ ରାମାୟଣ ପାଠର ପ୍ରାରମ୍ଭ କରାଯାଇଥିଲା, ଯାହା ଆଜି ୧୯ ତାରିଖ ମଧ୍ୟାହ୍ନ ୧୨ଟା ସମୟରେ ସମାପନ ହୋଇଥିଲା। ଏହାପରେ ୧୨ଟା ୩୦ ସମୟରେ ହନୁମାନ ଚାଳିଷା ପାଠ ଆରମ୍ଭ କରାଯାଇଛି ଯାହା, ୨୦ ତାରିଖ ଶନିବାର ୧୧ଟା ୩୦ ମିନିଟ ସମୟରେ ସମାପନ ହେବ ବୋଲି ଜଣାପଡିଛି। ଏହା ପରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରାମାୟଣ ପାଠ କାର୍ଯ୍ୟକ୍ରମର ଜଜମାନ ଅନୀଲ ଅଗରୱାଲ ଏବଂ ଆଶିଷ ଅଗ୍ରୱାଲ ପୂଜାରେ ଅଂଶଗ୍ରହଣ କରିଥିଲେ। ଅପରପକ୍ଷରେ ହନୁମାନ ଚାଳିଷା ପାଠ ବାଲାଜୀ ମାଇନିଂ ଗୃପ୍ ଦ୍ବାରା କରାଯାଇଥିଲା। ହନୁମାନ ଚାଳିଷା ପାଠକୁ ନେଇ ମନ୍ଦିର ପରିସରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା। ରାମାୟଣ ପାଠ ସମାପନ ପରେ ଆରତୀ ଓ ପ୍ରସାଦ ବିତରଣ କରାଯାଇଥିଲା। ଅପ୍ରେଲ ୨୧ ତାରିଖରେ ଅଷ୍ଟମପହରୀ ନାମଯଜ୍ଞ ଏବଂ ଅପ୍ରେଲ ୨୩ ତାରିଖରେ ସଙ୍କଟ ମୋଚନ ମନ୍ଦିର ଦ୍ୱାରା ହନୁମାନ ଜୟନ୍ତୀ ମହୋତ୍ସବ ସକାଳ ୫ଟା ୩୦ରେ ଦୋଳିରେ ଶ୍ରୀ ହନୁମାନ ଜନ୍ମୋତ୍ସବ ବାଳ ରୂପରେ ପୁଷ୍ପ ସାଜସଜ୍ଜା, ଛପନ ଭୋଗ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟାହ୍ନ ୧୨ଟା ଠାରୁ ହେବା ସହିତ ମହିଳା ମଣ୍ଡଳ ଦ୍ଵାରା ଶ୍ରୀ ସୁନ୍ଦରକାଣ୍ଡ ପାଠ ସନ୍ଧ୍ୟା ୪ଟା ୩୦ରେ ହୋଇଥିଲା। ପରେ ପରେ ଆରତୀ ଏବଂ ମହୋତ୍ସବ ସମାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ନେଇ ମନ୍ଦିର ପରିସରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *