Uncategorized

ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ସ୍ୱାସ୍ଥ୍ୟ ଶିକ୍ଷା ସଚେତନତା ଶିବିର ଅନୁଷ୍ଠିତ 

ରାଉରକେଲା, ୧୯/୪ (ଉତ୍କଳ ସମାଚାର): ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ ରେ ଚଳିତ ମାସ ୯ରୁ ୧୬ ତାରିଖ ପର୍ଯ୍ୟନ୍ତ ପିଲାମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟ ଶିକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ଏକ ସପ୍ତାହ ବ୍ୟାପି ଚାଲିଥିବା ବେଳେ ଏଥିରେ ଡାକ୍ତର ସୁଧୀର ରଞ୍ଜନ ସାମଲ ଓ ଡାକ୍ତର ସୋନାଲୀ ସୁନ୍ଦରୀ ସାମଲ ଯୋଗଦେଇ ପିଲାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ଏବଂ ପିଲାମାନଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ କରାଇଥିଲେ । ଆଜି ବିଦ୍ୟାଳୟ ପ୍ରାଙ୍ଗଣରେ ଡାକ୍ତର ସୁଧୀର ରଞ୍ଜନ ସାମଲଙ୍କ ତତ୍ତ୍ଵlବଧାନରେ ମୌଳିକ ଜୀବନଧାରଣ ପଦ୍ଧତି କାର୍ଯ୍ୟକ୍ରମ ସମ୍ପର୍କରେ ପିଲାମାନଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଡାକ୍ତର ସୋନାଲୀ ସୁନ୍ଦରୀ ସାମଲ, ବିବେକାନନ୍ଦ ଦାସ, ସାଇସଂକଳ୍ପ ଜେନା, ନଗେନ ଭୋଇ ପ୍ରମୁଖଙ୍କ ଉପସ୍ଥିତିରେ ପିଲାମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନ ଅଧ୍ୟକ୍ଷ ଜଳଧର ମହାପାତ୍ର ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ । ଅଷ୍ଟମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏହି ସ୍ୱାସ୍ଥ୍ୟ ଶିବିରରେ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏଥିରେ ସକ୍ରିୟ ସହଯୋଗ କରିଥିବା ବେଳେ ଶିକ୍ଷୟିତ୍ରୀ ନମ୍ରତା ମଲ୍ଲିକ ମ ପରିଚାଳନା କରିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ସରିତା ନାଏକ ଧନ୍ୟବାଦ ଦେଇଥିବା ବେଳେ ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇଥିଲା ।

Leave a Reply

Your email address will not be published. Required fields are marked *