Uncategorized

କାର୍ଯ୍ୟକର୍ତ୍ତାଙ୍କ ନିର୍ବାଚନୀ ବୈଠକରେ ଦିଲ୍ଲୀପ ରାୟଙ୍କ ଘୋଷଣା ” ଅବକି ବାର ରାଜ୍ୟରେ ବିଜେପି ସରକାର”।

ରାଉରକେଲା,୧୯/୪ (ଉତ୍କଳ ସମାଚାର): ଆଜି ରାଉରକେଲାର ହୋଟେଲ ମେଫେୟାର, ହକି ଭିଲେଜ ଠାରେ ରାଉରକେଲା ବିଧାନ ସଭା କ୍ଷେତ୍ରର କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇ ଥିଲା । ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ ତାଙ୍କ ସ୍ଵାଗତ ଭାଷଣରେ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କ ଉଚ୍ଛାହକୁ ଭୂୟସୀ ପ୍ରଶଂସା କରିବା ସହିତ ଚଳିତ ନିର୍ବାଚନରେ ଆମ ଜିଲ୍ଳାର ସମସ୍ତ ବିଧାନ ସଭା ପ୍ରାର୍ଥୀ ଓ ଲୋକ ସଭା ପ୍ରାର୍ଥୀ ଜୟଯୁକ୍ତ ହେବେ ବୋଲି ପ୍ରକାଶ କରିଥିଲେ । ସୁନ୍ଦରଗଡ ଲୋକ ସଭା ପ୍ରାର୍ଥୀ ତଥା ସାଂସଦ ଜୁଏଲ ଓରାମ ତାଙ୍କ ବକ୍ତବ୍ୟର ” ଅବ କି ବାର ୪୦୦ ପାର , କେନ୍ଦ୍ରରେ ମୋଦୀ ସରକାର “ରାଜ୍ୟରେ ବିଜେପି ସରକାର ” ଗଢ଼ିବା ବୋଲି ଦୃଢ଼ୋକ୍ତି ପୋଷଣ କରିଥିଲେ । ନିର୍ବାଚନରେ ବିଜୟୀ ହେବାପାଇଁ ପ୍ରତି ବିଧାନ ସଭା କ୍ଷେତ୍ରରେ ନିର୍ବାଚନ ସଂଚାଳନ ସମିତି ଗଠନ କରିବା ସହିତ ସେଥିରେ ୩୮ ବିଭାଗ ରହିବ ଏବଂ ଏହାକୁ ସଠିକ ମାର୍ଗରେ ପରିଚାଳନା କରିବା ଉପରେ ଗୁରୁପ୍ତାରୋପ କରିଥିଲେ । ସମସ୍ତ କାର୍ଯ୍ୟକର୍ତ୍ତା ନିଜର କର୍ତ୍ତବ୍ୟକୁ ନିଷ୍ଠାର ସହିତ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ।ସମସ୍ତ ବିଧାନ ସଭା ଓ ଲୋକ ସଭା ପାର୍ଥୀଙ୍କୁ ବିଜୟୀ କରିବା ପାଇଁ ରଣନୀତି ଉପରେ ଗୁରୁ ମନ୍ତ୍ର ଦେଇଥିଲେ । ସଙ୍ଗଠନ ଢାଞ୍ଚା ଉପରେ ଚର୍ଚ୍ଚା କରିବା ସହିତ ବୁଥିକମିଟି ଉପରେ ଚର୍ଚ୍ଚା କରିଥିଲେ । ସେ ତାଙ୍କ ଭାଷଣରେ ୮ ଥର ପ୍ରାର୍ଥୀ ହେବାପାଇଁ ସୁଯୋଗ ପାଇଥିବା ପ୍ରକାଶ କରିଥିଲେ। ରାଉରକେଲା ବିଧାନ ସଭା ପ୍ରାର୍ଥୀ ଦିଲ୍ଲୀପ ରାୟ ତାଙ୍କ ବକ୍ତବ୍ୟରେ ସମସ୍ତେ ଆନ୍ତରିକତା ସହିତ କାମ କରିବାକୁ ପରାମର୍ଶ ଦେବା ସହିତ “ଅବ କି ବାର ରାଜ୍ୟରେ ବିଜେପି ସରକାର” ବୋଲି ଘୋଷଣା କରିଥିଲେ । ପଦଯାତ୍ରା କରି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଯୋଜନ ବଧ ଭାବେ କାର୍ଯ୍ୟ କରିବାକୁ ପ୍ରୟାସ କରିବାକୁ କହି ଥିଲେ ।ଆଗକୁ ବିଜେପିରେ ମିଶ୍ରଣ ର ସୁଅ ଛୁଟିବ ବୋଲି ପ୍ରକାଶ କରିଥିଲେ। ରାଜ୍ୟ ସାଧାରଣ ସମ୍ପାଦିକା ପୁର୍ଣିମା କେରକେଟା, ରାଜ୍ୟ ମୁଖପାତ୍ର ଧିରେନ୍ ସେନାପତି, ଲୋକ ସଭା କ୍ଷେତ୍ର ବିସ୍ତାରକ ଆଶିଷ ଠାକୁର, ପୂର୍ବତନ ରାଜ୍ୟ କାରିଣୀ ସଦସ୍ୟ ରଘୁ ବଳ, ପୂର୍ବତନ ଜିଲ୍ଲା ସଭାପତି ଜଗବନ୍ଧୁ ବେହେରା ଆଦି ନେତୃବୃଦ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଚେଷ୍ଠା କରିବାକୁ ପରାମର୍ଶ ଦେଇଥିଲେ । ଉପୋରକ୍ତ ନେତୃବୃନ୍ଦ ଙ୍କ ସହିତ ମଞ୍ଚାଷୀନ ଥିଲେ ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟା ପ୍ରମିଳା ଦାସ, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ ପଟ୍ଟନାୟକ, ଶଶାଙ୍କ ଜେନା , ରାଉରକେଲା ପ୍ରଭାରୀ ଶଙ୍କର ପୁଝାରୀ , ରାଉରକେଲା ସଂଯୋଜକ ଦିଲ୍ଲୀପ ପଟ୍ଟନାୟକ, ପୂର୍ବତନ ଅଳ୍ପସଂଖ୍ୟକ ରାଜ୍ୟ ଉପସଭାପତି ସଲାଲ ଉଦ୍ଦିନ । ଏହି କାର୍ଯ୍ୟକ୍ରମକର ମଞ୍ଚ ପରିଚାଳନା ବରିଷ୍ଠ ନେତା ହରି ରାଉତ୍ ରାୟ କରିଥିବା ବେଳେ, ସଂଯୋଜନା କରିଥିଲେ ରଞ୍ଜିତ ନାୟକ । ଏହି ବୈଠକର ସହସ୍ରାଧିକ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି। 

Leave a Reply

Your email address will not be published. Required fields are marked *