Uncategorized

ପକ୍ଷୀଚୋରଙ୍କ ଠାରୁ ଉଦ୍ଧାର ୬୧ ଶୁଆ ହେଲେ ମୁକ୍ତ

ରାଉରକେଲା,୧୯/୪ (ଉତ୍କଳ ସମାଚାର): ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡ ଅନ୍ତର୍ଗତ ଟେନ୍‌ସା ଜଙ୍ଗଲ ଅଚଂଳରେ ଶୁକ୍ରବାର ୬୧ ଗୋଟି ଶୁଆଙ୍କୁ ଖୋଲା ଆକାଶରେ ମୁକ୍ତ କରାଯାଇଛି । ଗତ ଜାନୁଆରି ମାସରେ ରାଉରକେଲା ବନଖଣ୍ଡ ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ଚାଲାଣକାରୀମାନଙ୍କ ଠାରୁ ଏହି ଶୁଆମାନଙ୍କୁ ଜବତ କରାଯାଇଥିଲା । ଆଜି ସକାଳ ୭ଟା ୩୦ରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ମୁଖ୍ୟ ବନ୍ୟ ସଂରକ୍ଷକ ସୁଶାନ୍ତ ନନ୍ଦଙ୍କ ଉପସ୍ଥିତିରେ ଶୁଆଗୁଡ଼ିକୁ ମୁକ୍ତ କରିଦିଆଯାଇଛି । ରାଉରକେଲା ବନଖଣ୍ଡ ଅଧିକାରୀ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହିଛନ୍ତି, ମୋଟ ୧୨୨ଟି ନବଜାତ ଶୁଆଙ୍କୁ ପକ୍ଷୀ ମାଫିଆ ତାହିର ଅନସାରୀ, ମୁନା ସାହୁ ଓ ମହମ୍ମଦ ଥମାସଙ୍କ ବିରୋଧରେ ପାନପୋଷ ରେଞ୍ଜର ବନ୍ୟ ଜନ୍ତୁ ଆଇନ୍‌? ୧୯୭୨ର ଧାରା ୯ ଅନୁଯାୟୀ ଆସାମୀମାନଙ୍କୁ ଏସ୍‌ଡିଜେଏମ୍ ହେପାଜତରେ ଦିଆଯାଇଥିଲା । ୧୨୨?ଗୋଟି ନବଜାତ ଶୁଆଙ୍କୁ ଚାଲାଣକାରୀମାନଙ୍କ ଠାରୁ ଉଦ୍ଧାର କରାଯାଇଥିଲା । ପକ୍ଷୀଚୋରମାନେ ଏହାକୁ ନେଇ ଭୁବନେଶ୍ୱରରେ ଗୋଟିଏ ପିଛା ୫୦୦ ଟଙ୍କାରେ ହିସାବରେ ବିକ୍ରି କରିଥାନ୍ତେ । ମାତ୍ର ରାଉରକେଲା ଡିଏଫଓ ଯଶବନ୍ତ ସେଠୀଙ୍କ ଉପସ୍ଥିତ ବୁଦ୍ଧି ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶୁଆଗୁଡ଼ିକୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର କରାଯାଇଥିବା ନବଜାତ ଶୁଆମାନଙ୍କର ରକ୍ଷଣାବେକ୍ଷଣ ପାଇଁ ମୋବାଇଲ ଭେଟେନାରି ୟୁନିଟ ତତ୍ତ୍ୱାବଧାନରେ ଖାଇବା ପାଇଁ ସେରେଲାକ୍‌, ବିଭିନ୍ନ ପ୍ରକାରର ମଂଜି, ଫଳ, ଔଷଧ ତଥା ପନିପରିବା ଦେଇ ସେମାନଙ୍କୁ ବଚାଂ ଯାଇଥିଲା । ମାଆମାନଙ୍କୁ ଟେନ୍‌ସା ଜଙ୍ଗଲରେ ମୁକ୍ତ କରିବା ସମୟରେ ରାଉରକେଲା ସର୍କଲ ଆଚଂଳିକ ମୁଖ୍ୟ ସଂରକ୍ଷଣକାରୀ ପି ରାମାସ୍ୱାମୀ, ଏସିଏଫ୍ ସୌମ୍ୟ ରଂଜନ ଗୋଚ୍ଛାୟତ, ପ୍ରାଣୀ ଚିକିତ୍ସକ ଡକ୍ଟର ଆର.କେ ସାମନ୍ତରାୟ ଓ ବନରକ୍ଷୀ ପ୍ରଦୀପ ସାହୁ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *